ଭୁବନେଶ୍ୱର: ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା | କିଛିଦିନ ତଳେ ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ମେଡିକାଲ କଲେଜର ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଇଥିଲେ | ଏହାପରେ ଚେତିଛନ୍ତି ରାଜ୍ୟ ସରକାର। ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କରାଯାଇଛି । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଡିଏମଇଟିଙ୍କୁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଚିଠି ଲେଖି ଅବଗତ କରାଇଛନ୍ତି।

ସୂଚନାନୁଯାୟୀ, କିଛିଦିନ ତଳେ ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ହାଉସ ସର୍ଜନ ଆନ୍ଦୋଳନ ଧମକ ଦେଇଥିଲେ। ତେବେ ଷ୍ଟାଇପେଣ୍ଡ୍ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସଂଘ ଓହରି ଯିବା ସହ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।