ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ନବୀନ । ସେହିପରି ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତ ମୁଖ୍ୟମନ୍ତ୍ରୀ । ଗତକାଲି ନନ୍ଦିଗ୍ରାମରେ ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପୂର୍ବରୁ ନାମାଙ୍କନ କରିବା ପାଇଁ ନନ୍ଦିଗ୍ରାମ ଯାଇଥିଲେ ମମତା । ଆଉ ଅପରାହ୍ନରେ ସେ ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା ।
ଅନ୍ୟପକ୍ଷେ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, ତାଙ୍କ ଉପରକୁ ଆକ୍ରମଣ ହୋଇଛି । ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି । ସେପଟେ ବିଜେପି ପାଲଟା ଅଭିଯୋଗ କରିି କହିଛି, ଆଘାତ ଲାଗିବା ସମୟରେ ସୁରକ୍ଷା କର୍ମୀ କଣ କରୁଥିଲେ । ଘଟଣାର ସିବିଆଇ ଯାଂଚ କରିବାକୁ ବିଜେପି ଦାବି କରିଛି ।