ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବଜେଟ ୨୦୨୧-୨୨କୁ ଅଭିବୃଦ୍ଧିକାରୀ ଓ ରୂପାନ୍ତରୀକରଣ ବଜେଟ୍ ଭାବେ ଅଭିହିତ କରିଛନ୍ତି । ରାଜ୍ୟ ବଜେଟ ଲୋକାଭିମୁଖୀ, ଓଡ଼ିଶା ବିକାଶରେ ସହାୟକ ହେବ ଏବଂ ଏହା ଏକ ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଆମ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଯାତ୍ରା ପଥରେ ଚଳିତ ବଜେଟ ସହାୟକ ହେବ। ଗତ ବର୍ଷର ଅଧିକାଂଶ ସମୟ କୋଭିଡ ପରିଚାଳନାରେ ବିତାଇଥିଲୁ। ସେହିଭଳି କୋଭିଡ ସ୍ଥିତିରୁ ରାଜ୍ୟ ମୁକୁଳି, ବର୍ତ୍ତମାନ ୧ଲକ୍ଷ ୭୬କୋଟି ଟଙ୍କାର ବଜେଟ ଉପସ୍ଥାପନା କରିଛି । କରୋନା ଭଳି ଦୃଶ୍ୟପଟ୍ଟରେ ଭଲ ବଜେଟ୍ ପ୍ରସ୍ତୁତ କରିଥିବାରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।