ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ୍ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି କ˚ଗ୍ରେସର ବନ୍ଦ ଡାକରା । ଓଡ଼ିଶା ବନ୍ଦକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ଓଡ଼ିଶା ପୋଲିସ୍ । ରାଜ୍ୟରେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ମୋଟ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ରାଜ୍ୟରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନିୟୋଜିତ ହୋଇଛନ୍ତି । କେବଳ କଟକ-ଭୁବନେଶ୍ବର କମିସନରେଟ୍ ପୋଲିସର ୩୭ ପ୍ଲାଟୁନ୍ ଏବ˚ ପୁରୀରେ ୧୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ ରହିଛନ୍ତି ।


ତେବେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ଏସପି ଓ କମିସନରେଟ୍ ପୋଲିସ୍ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବାକୁ କ˚ଗ୍ରେସ ପକ୍ଷରୁ କୁହାଯାଇଛି, ତେବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।