ଭୁବନେଶ୍ୱର: ପିପିଲିରେ ରାଜନୈତିକ ପାଣିପାଗ ଆଜିଠୁ ସରଗରମ ହେବ ।ପିପିଲି ବାଜି ହାତେଇବା ପାଇଁ ୩ ଦଳର ପ୍ରାର୍ଥୀ ରେଡ୍ଡି । ଆଜି ନାମାଙ୍କନ ଭାରିବାର ଶେଷ ତାରିଖ ।ଆଉ ଶେଷ ଦିନରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ।

ପିପିଲିରୁ ରାଲିରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ ଏହି ଦୁଇ ଦଳର ପ୍ରାର୍ଥୀ ।ତେବେ ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରସାଦ ମହାରଥୀଙ୍କୁ ଟିକେଟ ଦେବା ପରେ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ଦେଖା ଦେଇଛି ।

ପିପିଲି ଓ ଡେଲାଙ୍ଗ ଦୁଇ ବ୍ଲକରେ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ଟିମ ଗଢି ପ୍ରଚାରକୁ ଆଗକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଦଳୀୟ ନେତା ଓ କର୍ମୀଙ୍କ ନେଇ ପିପିଲିରୁ ଶୋଭାଯାତ୍ରାରୁ ବାହାରି ରୁଦ୍ର ନାମାଙ୍କନ ପତ୍ର ଦାଖଲ କରିବେ।ତେବେ କଂଗ୍ରେସ ମଧ୍ୟ ଏଠାରେ ନିଜର ଦବଦବା ଜାହିର ପାଇଁ ଉଦ୍ୟମ ଚଳାଇଛି । ଏପ୍ରିଲ ୩ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ଏପ୍ରିଲ ୧୭ରେ ପିପିଲି ଭୋଟ ହେବ ।