କଟକ: ଭୁବନେଶ୍ୱର ପରେ ଏବେ କଟକରେ ମଧ୍ୟ ଆଉ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରେସନ । ଏ ନେଇ କଟକଣା ଜାରି କରିଛି ସିଏମ୍ସି । କରୋନାକୁ ଦୃଷ୍ଟିରେ ରଖି କଟକରେ ହୋଟେଲ, କ୍ଲବ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ ହେବ ନାହିଁ। କୌଣସି ସ୍ଥାନରେ ଗହଳି ନ କରିବାକୁ ସିଏମ୍ସି ବିଜ୍ଞପ୍ତି ଜାରି କରିଛନ୍ତି ।ତେବେ ଘରେ ରହି ପରିବାର ସହ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ କଟକ ବାସିନ୍ଦା ।

ସେହିପରି ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ବିଏମ୍ସି କଟକଣା ଜାରି କରିଛି। କୌଣସି ସ୍ଥାନରେ ଏକତ୍ରିତ ନହୋଇ, ନିଜ ନିଜ ଘରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ। ବ୍ରିଟେନରେ ନୂଆ କରୋନା ସଂକ୍ରମଣକୁ ନେଇ ଲୋକେ ଭୟଭୀତ ଅଛନ୍ତି। ସେଥିପାଇଁ ବିଏମ୍ସି ଏବଂ ସିଏମ୍ସି ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରିଛି।