ନୂଆଦିଲ୍ଲୀ : ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆହ୍ଲାବାଦ କୋର୍ଟଙ୍କ ଲକଡାଉନ ନିଷ୍ପତ୍ତି ଉପରେ ଦୁଇ ସପ୍ତାହ ରହିତାଦେଶ ଜାରି କରିଛନ୍ତି । ସୋମବାର ଦିନ ଅ।ହ୍ଲାବାଦ ହାଇକୋର୍ଟ ବାରଣାସୀ,ଗୋରଖପୁର ସମେତ ୫ ସହରରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିବା ପାଇଁ ଆଦେଶ ଦେଇଥିଲେ । ଏହି ସହରଗୁଡ଼ିକ ମଧ୍ୟରେ ରହିଥିଲା ଆହ୍ଲାବାଦ, ବାରଣାସୀ, ଲକ୍ଷ୍ନୌ, କାନପୁର ଓ ଗୋରଖୁପର । ତେବେ ହାଇକୋର୍ଟଙ୍କ ଏହି ଆଦେଶକୁ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଂଜ୍ କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଲାଗୁ କରିଛନ୍ତି । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ରାୟ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି କରାଯାଇଥିଲା ଯେ, ଲକଡାଉନ୍ ଲାଗୁ କରିବା ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ରରେ ଅ।ସେ । ଲକଡାଉନ୍ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଅନେକ ବିଷୟକୁ ଧ୍ୟାନରେ ରଖିବାକୁ ପଡେ । ଏମିତିରେ ହାଇକୋର୍ଟଙ୍କ ପକ୍ଷରେ ନୀତିଗତ ନିଷ୍ପତିରେ ହସ୍ତକ୍ଷେପ କରିବା ଅନୁଚିତ ।
ଅନ୍ୟପକ୍ଷରେ ଅ।ହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଏହାର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କିଛି ପଦକ୍ଷେପ ଉଠା ଯାଇଛି । ଅ।ଗକୁ ମଧ୍ୟ ପଦକ୍ଷେପ ନିଅ।ଯିବ ।ଜୀବନ ବଞ୍ଚାଇବା ସହିତ ଗରିବଙ୍କ ଜୀବିକାକୁ ମଧ୍ୟ ରକ୍ଷା କରିବାକୁ ପଡିବ । ତେଣୁ ଉତ୍ତର ପ୍ରଦେଶର ୫ ବଡ ସହରରେ ଏବେ ଲକଡାଉନ୍ ଲାଗୁ ହେବ ନାହିଁ । ତେବେ ଲୋକ ଅନେକ ସ୍ଥାନରେ ନିଜ ଇଛାରେ ଲକଡାଉନ ଭିତରେ ରହୁଛନ୍ତି । ଏଥିରେ ଅ।ମର କୌଣସି ଅ।ପତ୍ତି ନାହିଁ ।