ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ଦକ୍ଷତା ଏବଂ ଯୁଗାନ୍ତକାରୀ ଯୋଜନା ଲାଗି ସାରା ଦେଶରେ ପ୍ରଂଶସିତ ହୋଇଛନ୍ତି । ବହୁ ଜାତୀୟ ନେତା ନବୀନଙ୍କୁ ସବୁବେଳେ ପ୍ରଂଶସା କରିଥାନ୍ତି । ଯେଉଁଥିରେ ଯୋଡ଼ି ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଇଣ୍ଡିଆ ଟୁଡେ ଡଟ୍ଇନରେ ଏକ ଲେଖା ଲେଖିଛନ୍ତି ନୀତିଶ । ଯେଉଁଥିରେ ସେ ନବୀନଙ୍କୁ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି । ସେ ଲେଖଢ଼ିଛନ୍ତି କି, ନବୀନ ଜଣେ ଭିନ୍ନ ରାଜନୀତିଜ୍ଞ । ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳିଯାଆନ୍ତି । କିନ୍ତୁ ନବୀନ ପଟ୍ଟନାୟକ ବଦଳିନାହାନ୍ତି । ରାଜ୍ୟ ପାଇଁ ତାଙ୍କର ସଂପୂର୍ଣ୍ଣ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ରହିଛି ବୋଲି ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କ ବ୍ୟକ୍ତିତ୍ୱ ଓ ପ୍ରାଶାସନିକ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।
