ପାଟନା () ବିହାର ବିଜେପିରେ ଏବେ ନୀତୀଶ ବିରୋଧୀ ସ୍ୱର ଜୋରଦାର ହୋଇଛି । କେତେକ ବରିଷ୍ଠ ନେତା ଖୋଲାଖୋଲି ଭାବେ ନୀତୀଶଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ସୁଯୋଗ ଦେବା ଉଚିତ ନୁହେଁ ବୋଲି କହିଛନ୍ତି । ଏନଡିଏ ମେଣ୍ଟରେ ବିଜେପି ଆଗରେ ଥିବାରୁ ଜେଡିୟୁ ଏହାକୁ ସମ୍ମାନ ଦେଇ କାମ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି । ବିଜେପି ୭୪ ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ବହୁତ ପଛରେ ରହିଛି । ବିହାରରେ ବିଜେପି ପ୍ରଥମ ଥର ପାଇଁ ଏନଡିଏର ଏକ ବରିଷ୍ଠ ଅଂଶୀଦାର ହେବାକୁ ଯାଉଛି । ଉଭୟ ବିଜେପି ଓ ଜେଡିୟୁ ମଧ୍ୟରେ ୫୦:୫୦ ଆସନ ବୁଝାମଣା ହୋଇଥିଲା । ପ୍ରଥମ ଥର ପାଇଁ ବି ବିହାରରେ ବିଜେପିର ଭୋଟ ପ୍ରତିଶତ ବଢ଼ିଛି ଓ ବିଜେପି ଜେଡିୟୁଠାରୁ ଆଗରେ ରହି ରାଜ୍ୟରେ ଏକକ ବଡ଼ ଦଳ ହେବାକୁ ଯାଉଛି । ଉଲ୍ଲେଖଯୋଗ୍ୟ ୨୦୧୫ ରେ ବିଜେପି ଓ ଜେଡିୟୁ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ । ଜେଡିୟୁ କଂଗ୍ରେସ ଏବଂ ଆରଜେଡି ସହ ମେଣ୍ଟରେ ଥିବା ବେଳେ ୭୧ଟି ଆସନରେ ଜିତିଥିଲା । ଅନ୍ୟ ପକ୍ଷରେ ବିଜେପି ୫୩ ଆସନରେ ଜିତିପାରିଥିଲା ।