ନାଇଜେରିଆର ଶାସକ ଅଲ୍ ପ୍ରୋଗ୍ରେସିଭ୍ କଂଗ୍ରେସ (ଏପିିସି) ନେତା ବୋଲା ଟିନୁବୁ ଶନିବାର-ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ର ନାଇଜେରିଆରେ ଜଣେ ରାଜନୈତିକ ‘ଗଡ୍ ଫାଦର୍’ ଭାବେ ପରିଚିତ ଏହି ୭୦ ବର୍ଷୀୟ ଭେଟେରାନ୍ ବର୍ତ୍ତମାନର ରାଷ୍ଟ୍ରପତି ମୁହମ୍ମଦୁ ବୁହାରିଙ୍କ ସ୍ଥାନ ନେବେ।ଅନ୍ୟପକ୍ଷେ ବିରୋଧୀ ଲେବର୍ ପାର୍ଟି ପ୍ରାର୍ଥୀ ପିଟର ଓବି ସରକାର ଗଢ଼ିବାରେ ସକ୍ଷମ ହୋଇନ ଥିଲେ ହେଁ ଟିନୁବୁଙ୍କ ରାଜ୍ୟ ଲାଗୋସ୍ରେ ବିଜୟୀ ହୋଇଛନ୍ତି। ଏକ ମୁସ୍ଲିମ୍ ପରିବାରରେ ଜନ୍ମିତ ଟିନୁବୁ ଆମେରିକାରେ ଆକାଉଣ୍ଟାଣ୍ଟ୍ ଭାବେ ତାଲିମ ନେଇ ଅନେକ କମ୍ପାନୀରେ କାର୍ଯ୍ୟ କରିଥିଲେ। ରାଜନୀତିରେ ଯୋଗଦେବା ପରେ ସେ ପ୍ରଥମେ ସିନେଟର୍ ଓ ପରେ ୧୯୯୯- ୨୦୦୭ ପର୍ଯ୍ୟନ୍ତ ଲାଗୋସ୍ ଷ୍ଟେଟ୍ ଗଭର୍ନର ଦାୟିତ୍ୱ ତୁଲାଇଥିଲେ