Odia News Portal

ଶାଶୁଘର ବଦଳରେ ଶ୍ମଶାନ ଗଲା ନବବଧୂ…

ବିବାହ ମେଲାଣିରେ କାନ୍ଦି କାନ୍ଦି ହୃଦଘାତରେ ଚାଲିଗଲା ନବଧୂର ଜୀବନ

ସୁବର୍ଣ୍ଣପୁର: କାନ୍ଦି କାନ୍ଦି ଅଚେତ ହୋଇଗଲେ କନ୍ୟା ଆଉ ହୃଦଘାତରେ ଚାଲିଗଲା ଜୀବନ । ବାହାଘର ପରେ ସ୍ୱାମୀଙ୍କ ସହ ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଗଲା ନବ ବଧୂର ମୃତଦେହ ।ବରଯାତ୍ରୀ ଆସିଥିଲେ, ଭୋଜି ଭାତ ବି ହୋଇଥିବା । ବାପାଙ୍କ ମୃତ୍ୟୁ ପରେ ମାମୁ ଖୁବ୍ ଆଡମ୍ବରରେ ରୋଜିଙ୍କ ବାହାଘର କରିଥିଲେ । ହେଲେ ରୋଜି ବାହା ହୋଇ ବିଶିକେସନଙ୍କ ହାତ ଧରି ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଯାଇଛି ତାଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝୁଲୁଣ୍ଡା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।

ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁର ରୋଜି ସାହୁ ଓ ବଲାଙ୍ଗୀର ଜିଲ୍ଲା ତେତେଲ ଗାଁରୁ ବରଯାତ୍ରୀ ଝୁଲୁଣ୍ଡା ଆସିଥିଲେ । ଧୁମଧାମରେ ଭୋଜି ଭାତ ହେବାପରେ ବିବାହ ସମ୍ପନ୍ନ ହୋଇଥିଲା । ଝିଅ ରୋଜି ଓ ପୁଅ ବିସିକେଶନ ସାହୁଙ୍କ ଗୋଡ଼ ଧୋଇ ଉଭୟଙ୍କୁ ବିଦାୟ ଦେବା ସମୟରେ କାନ୍ଦି କାନ୍ଦି ହଠାତ୍ ଝିଅ ଚେତାଶୂନ୍ୟ ହୋଇ ଯାଇଥିଲେ ରୋଜି । ସେଠାରୁ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାନ୍ଦି କାନ୍ଦି ତାଙ୍କର ହୃଦଘାତ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।