ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ସ୍ମୃତି ମାନ୍ଧନା ଆଉ ଏକ ମାଇଲଖୁଣ୍ଟ ପାର କରିଛନ୍ତି । ଏକ ଅଲୋଡ଼ା ରେକର୍ଡ ସ୍ଥାପନ କରିଛନ୍ତି ସ୍ମୃତି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଖେଳାଯାଉଥିବା ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ରେ ଭାରତର ସ୍ମୃତି ମଂଧାନା ସୃଷ୍ଟି କରିଛନ୍ତି ନୂଆ ଇତିହାସ । ଦିନିକିଆ ଟେଷ୍ଟରେ ଶତକ ହାସଲ କରିଥିବା ସ୍ମୃତି ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି । କେବଳ ଏତିକି ନୁହେଁ, ସ୍ମୃତି ମନ୍ଧାନାଙ୍କ ଶତକ ବଳରେ ଭାରତୀୟ ଦଳ ବହୁତ ଭଲ ସ୍ଥିତିରେ ଅଛି ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ଗତକାଲି ଠାରୁ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା । ତେବେ ଅଷ୍ଟ୍ରେଲୀୟ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଭାରତର ଓପନର୍ ସ୍ମୃତି ମଂଧାନା ଏବଂ ଶେଫାଲୀ ବର୍ମା ଭୁଲ ପ୍ରମାଣିତ କରିଥିଲେ । ସ୍ମୃତି ମଂଧାନା ୧୭୦ ଟି ବଲ ଖେଳି ୧୯ ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଶତକ ପୂରଣ କରିଥିଲେ । ଟେଷ୍ଟ କ୍ରିକେଟରେ ଏହା ସ୍ମୃତି ମନ୍ଧାନାଙ୍କର ଏହା ପ୍ରଥମ ଶତକ ।