Odia News Portal

ଟିକା ନନେଇଥିଲେ କରିପାରିବନି ଟ୍ରେନ ଯାତ୍ରା

ଦିନକୁ ଦିନ କରୋନା ଭୂତାଣୁ ବଢି ବଢି ଯାଇଥିବାରୁ ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି। ବାସ୍ତବରେ, ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। କରୋନାଭାଇରସ୍ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଏହାର ନିୟମକୁ କଡାକଡି ପାଳନ କରୁଛନ୍ତି। ପୁଣି ଥରେ କରୋନାର ତୃତୀୟ ଲହର ବ୍ୟାପିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପୁଣି ଥରେ କୋଭିଡର ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଛି।
ଦକ୍ଷିଣ ରେଳବାଇ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଛି । ଟ୍ରେନରେ ନ ନେଇ ଥିଲେ ନୋ ଏଣ୍ଟ୍ରି’ ପଲିସି ଗାଇଡଲାଇନ୍ ଆଣିଛି ରେଳବାଇ । ଏହି ନୂଆ ଗାଇଡଲାଇନ୍ ଅନୁଯାୟୀ, ଟିକା ନେଇନଥିବା ବ୍ୟକ୍ତିଙ୍କୁ ଟ୍ରେନରେ ଯାତ୍ରା କରିବାର ଅନୁମତି ମିଳିବ ନାହିଁ । ଅର୍ଥାତ୍ ଟ୍ରେନ୍ ଯାତ୍ରା ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ସବୁଠୁ ବଡ କଥା ହେଉଛି ସିଂଗଲ ଡୋଜ୍ ନେଇଥିବା ଲୋକଙ୍କୁ ବି ଟ୍ରେନରେ ଯାତ୍ରା କରିବାର ସୁଯୋଗ ମିଳିବ ନାହିଁ । ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତି ହିଁ ଟ୍ରେନରେ ଯାତ୍ରା କରିପାରିବେ ।