ଭୁବନେଶ୍ବର: ସାରାଦେଶରେ ଯେଉଁଭଳି କରୋନାର ସଂକ୍ରମଣ ବଢି ଚାଲିଛି, ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଓ ଆମ ସତର୍କତା ନାଁରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିଆଣାରେ କରୋନା ଉପରମୁହାଁ ହେବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜାରି ନିର୍ଦ୍ଦେଶାବଳୀରେ କେତେକ ସତର୍କତା ନେଇ ପରାମର୍ଶ ଦିଆଯାଇଛି ।ତେବେ କରୋନାର ନୂଆ ଲକ୍ଷଣ ଗୁଡ଼ିକ ହେଉଛି :-

- ଦେହ, ହାତ ଅବଶ ଲାଗିବା
- ଭୋକ ନହେବା
- ମୁଣ୍ଡ ବିନ୍ଧା, ଦେହ, ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା
- ନୂଆ କରି ଚର୍ମରୋଗ ଦେଖାଦେବା
- ଚର୍ମ କୁଣ୍ଡାଇ ହୋଇ ନାଲି କିମ୍ବା ବୀଳ ପଡିବା
- ଗଳା ଦରଜ ଓ ନାକ ଚୁଂଟି ହେବା
- ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

ତେବେ ଅଧିକ ସତର୍କତା କାହିଁକି ଆବଶ୍ୟକ :-
- କରୋନାର ଏହି ନୂଆ ରୂପ ଅଧିକ ସଂକ୍ରାମକ
- ଶୁଖିଲା ବସ୍ତୁ ଉପରେ ୮ ଦିନ ସକ୍ରିୟ ରହିପାରେ
- ପୂର୍ବ ଅପେକ୍ଷା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ
- କେତେକ ନୂଆ ପ୍ରଜାତି ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ
- ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭୂତାଣୁ ଆମ ଦେଶରେ ଚିହ୍ନଟ ହେଲେଣି
ତେବେ ଏଥିରୁ ବଞ୍ଚିବା ପାଇଁ କି ପ୍ରକାରର ସତର୍କତା ଆବଶ୍ୟକ:-

- ମୌଳିକ କୋଭିଡ ନିରୋଧୀ ଆଚରଣ ଗ୍ରହଣ କରିବା,ହାତ ଧୋଇବା
- ଠିକ ଭାବେ ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତା ରଖିବା
- ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ବୁଝାଇବା
- ସରକାରଙ୍କ ନିୟମ ଅନୁସାରେ ସମୟ ଆସିଲେ କରୋନା ଟିକା ନେବା
- ଜନସମାଗମଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରହିବା
- କୋଭିଡ ନିୟମ ପାଳନକୁ ସାମ୍ବିଧାନିକ ଓ ମାନବିକ ଦାୟିତ୍ୱ ଭାବିବା
- ବାହାର ରାଜ୍ୟ ଫେରନ୍ତା ୭ଦିନ ଗୃହ ପୃଥକ ବାସରେ ନିହାତି ରହିବା
- ସନ୍ଦିଗ୍ଧ ଲକ୍ଷଣ ଥିଲେ ତୁରନ୍ତ ହସ୍ପିଟାଲ ଯାଇ କରୋନା ପରୀକ୍ଷା କରିବା