ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି ।
ଅ ।ଜି ଏହି ପରିପ୍ରେକ୍ଷୀରେ ଭର୍ଚୁଅ ।ଲ୍ ମାଧ୍ୟମରେ ଅ ।ୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଡ. ସାହୁ ଅଧ୍ୟକ୍ଷତା କରିଥିବାବେଳେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ନିଜ ନାମରେ ଜମି ରେକର୍ଡ ନଥିବା କ୍ଷେତ୍ରରେ ନାକ୍ ମାନ୍ୟତା ସମେତ ବିଭିନ୍ନ ଅନୁଦାନ ମିଳିବାରେ ବାଧା ସୃଷ୍ଟି ହେଉଥିବା ଦୃଷ୍ଟିରୁ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ତୁରନ୍ତ ସମାଧାନ ହେବା ଆବଶ୍ୟକ । ଅନେକ ଅଗ୍ରଣୀ ମହାବିଦ୍ୟାଳୟର ଜମିଜମା ସଂକ୍ରାନ୍ତ ସମସ୍ୟା ଦୀର୍ଘ ଦିନ ହେଲା ସମାଧାନ ନହୋଇ ପଡ଼ି ରହିଥିବାବେଳେ ଅ ।ବଶ୍ୟକ ଭିତ୍ତିଭୂମିର ବିକାଶ ମହୋଇପାରୁନାହିଁ । ତେଣୁ, ଏ ଦିଗରେ ସମାଧାନର ପନ୍ଥା ନିର୍ଞ୍ଚାରଣ ହୋଇପାରିଲେ ମହାବିଦ୍ୟାଳୟଗୁଡ଼ିକର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
ଯେଉଁସବୁ ମହାବିଦ୍ୟାଳୟର ଜମିଜମା ସମସ୍ୟା ରହିଛି ସେହିସବୁ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଜମିଜମାର ସ୍ଥିତାବସ୍ଥା ସଂପର୍କରେ ବିସ୍ତୃତ ବିବରଣୀ ବିଭାଗକୁ ପ୍ରଦାନ କରିବା ପରେ ଜମିଜମା ରେକର୍ଡ ନିୟମିତ କରିବା ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗ ପକ୍ଷରୁ ଏକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।