ଭୁବନେଶ୍ୱର: ବାଲେଶ୍ୱର ବିଧାୟକଙ୍କ ନିସ୍ୱାର୍ଥପର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଣ୍ଡାଧର ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ପାଣିଘେରରୁ ଉଦ୍ଧାର କରି ମେଡିକାଲେରେ ଭର୍ତ୍ତି କରିଥିଲେ ବିଧାୟକ । ଯାହାକୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ସୋସିଆଲ ମିଡିଆ ସାଇଟରେ ନବୀନ ଲେଖିଛନ୍ତି କି, ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ନିଜ ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ଗାଁ ମୁଣ୍ଡାଧରରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ବିଧାୟକଙ୍କ ଏଭଳି ନିସ୍ୱାର୍ଥପର ସେବା ଜନସେବା କ୍ଷେତ୍ରରେ ଉଦାହରଣ ।
