Odia News Portal

ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ମାହାଙ୍ଗା ବିଜେପି ଯୁବମୋର୍ଚ୍ଚା

କଟକ: ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଆଜି ମାହାଙ୍ଗା ବିଜେପିର ଯୁବମେର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଛତ୍ର ଛାୟାରେ ବିରଞ୍ଚି ସାହୁଙ୍କ ଭଳି ଦୁର୍ନୀତିଖୋର ଅଧିକାରୀ ଓଡ଼ିଶାର ଅନେକ ଯବୁକ ଯୁବତୀଙ୍କୁ କିଭଳି ଠକୁଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ରାଜ୍ୟ ଓଡିଶା ସରକାରଙ୍କ ଅଧିନସ୍ଥ ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ଯେଉଁ ଦୁର୍ନୀତି ହୋଇଛି ତାହା କିପରି ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀଙ୍କ ଅଗୋଚରରେ ହେଲା? ଏହିସବୁ ପ୍ରତିବାଦରେ ଯୁବମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା, ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।