ଭୁବନେଶ୍ୱର: ଆଜି ହେଉଛି ଘୋଷଯାତ୍ରାର ଅନ୍ତିମ ପର୍ବ । ୧୨ଦିନର ନିଳା ଖେଳା ସାରିବା ପରେ ଆଜି ଶ୍ରୀମନ୍ଦିରକୁ ଯିବେ କାଳିଆ ସାଆନ୍ତ । ତେବେ ମହାଲକ୍ଷ୍ମୀଙ୍କ ରୋଷ ଭଞ୍ଜନ କରିବା ଲାଗି ସାଥିରେ ରସଗୋଲା ନେଇ ଯାଇଥାନ୍ତି ମହାପ୍ରଭୁ । ଏଣୁ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରାଯାଏ । ସେପଯେ ଆଜି ର ଏହି ପବିତ୍ର ଦିନ ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
