ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରାର ଆଦ୍ୟପର୍ବ ଭାବେ ଆଜିର ଦିନକୁ ମାନାଯାଏ । ରତ୍ନବେଦୀରୁ ଓହ୍ଲାଇ ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ଜଳରେ କରିବେ ସ୍ନାନ । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି, ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେବା ସହ ସମସ୍ତ ଜୀବନ ସୁଖ, ଶାନ୍ତିରେ ଭରିଯାଉ ।