ଭୁବନେଶ୍ବର() ପ୍ରତିଶୃତି ରକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୧୯ ନିର୍ବାଚନ ବେଳେ ନବୀନ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବା ପାର୍ଯ୍ୟ ଆରମ୍ଭ କରିସାରିଲେଣି ନବୀନ । ଏସଏସଜି ମହିଳାଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ହେଉଥିବା କାମ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ।
ଏଣିକି ରାଜ୍ୟ ସରକାରଙ୍କ ୧୦ ବିଭାଗ ଅଧିନରେ ହେଉଥିବା ଅନେକ କାର୍ୟ୍ୟ ଏସଏଚଜି ମହିଳା କରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଏସଏଚଜି ମହିଳା ମାନେ ଅଙ୍ଗନୱାଡି ପିଲାଙ୍କ ପାଇଁ ଡ୍ରେସ ତିଆରି କରିପାରିବେ । ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ହେଉଥିବା ଧାନ ସଂଗ୍ରହ, ପିଡିଏସ ସାମଗ୍ରୀ ବଣ୍ଟନ ଓ ଯୋଗାଣ ଦାୟିତ୍ୱ ଏସଏଚଜି ମହିଳାଙ୍କୁ ଦିଆଯିବ ।
ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ସରକାରରେ ଏକ ହଜାର କୋଟି ଟଙ୍କାର ବ୍ୟବସାୟୀକ ସୁବିଧା ଦେବାକୁ ଘୋଷଣା କରିଥିଲେ । ତଦନୁଯାୟୀ ପଂଚମ ପାଳିର ସରକାର ଗଠନ କରିବାର ପ୍ରଥମ ଦିନରେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କର ପ୍ରତି ବିଭାଗରେ କିଭଳି ମହିଳା ସ୍ବୟଂ ସହାୟିକା ଗୋଷ୍ଠି ସିଧାସଳଖ କାମ ପାଇବେ ତାପାଇଁ ରୋଡମ୍ୟାପ ତିଆରି ହୋଇଛି । କେଉଁ ବିଭାଗର କେଉଁ କାମ ଏସଏଚଜି କରିବେ ତାର ତାଲିକା ସରିଛି । ତାହା ଅନୁସାରେ ଜିଲ୍ଲାପାଳଙ୍କୁ ନିର୍ଦେଶ ମଧ୍ୟ ଯାଇଛି ଯେ ଏସଏଚଜିଙ୍କୁ ଲଗାଇ କିଭଳି ଏସବୁ ବିଭାଗ କାମ ହେବ ତାକୁ ଧ୍ୟାନ ଦେବାକୁ ।