Odia News Portal

୪ ମେଡିକାଲ କଲେଜର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜୀର ଉଦଘାଟନ କରିଛନ୍ତି । ଏହାସହିତ ସେ ରାଜସ୍ଥାନରେ ୪ ମେଡିକାଲ କଲେଜର ଶିଳାନ୍ୟାସ କରିଛନ୍ତି । ଏହା ମଧ୍ୟରେ କାର୍ଯ୍ୟକ୍ରମକୁ ମୋଦି ସମ୍ବୋଧିତ କରି କହିଛନ୍ତି, ଭାରତ କୋଭିଡ ସମୟରେ ଆତ୍ମନିର୍ଭର ହେବା ପାଇଁ ସଂକଳ୍ପ ନେଇଛି । ରାଜସ୍ଥାନରେ ୪ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟକ୍ରମ ଓ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜୀର ଉଦଘାଟନ ଏହି ଦିଗରେ ଏକ ମୁଖ୍ୟ ପଦକ୍ଷେପ । ମୋଦି କହିଥିଲେ, ୨୦୧୪ ପରେ ରାଜସ୍ଥାନରେ ୨୩ ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିଲେ । ଏହା ମଧ୍ୟରୁ ୭ ମେଡିକାଲ କଲେଜ ଆରମ୍ଭ ହୋଇସାରିଛି । ଆଜି ବାଂସବାଡା, ସିରୋହୀ, ହନୁମାନଗଡ ଓ ଦୌସାରେ ନୂଆ ମେଡିକାଲ କଲେଜର ନିର୍ମାଣ ଆରମ୍ଭ ହୋଇସାରିଛି ।