ଭୁବନେଶ୍ୱର: ପଶୁପ୍ରେମୀଙ୍କ ଲାଗି ଖୁସି ଖବର । ଅଗଷ୍ଟ ପ୍ରଥମ ସପ୍ତାହରୁ ଖୋଲିବ ନନ୍ଦନକାନନ । ମେ ୧ରୁ ବନ୍ଦ ହୋଇ ରହିଛି ନନ୍ଦନକାନନ । ଦୀର୍ଘ ୩ ମାସ ବନ୍ଦ ହୋଇ ରହିବା ଫଳରେ ବହୁ ରାଜସ୍ୱ କ୍ଷତି ହୋଇଛି । ତେବେ ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବାକୁ ଥିବାବେଳେ ପର୍ଯ୍ୟଟକଙ୍କ ଲାଗି କିଛି ଗାଇଡଲାଇନ ରଖାଯାଇଛି । ଥଣ୍ଡା, କାଶ ଓ ଜ୍ୱର ହେଉଥିବା ଲୋକଙ୍କୁ ନନ୍ଦନକାନନ ମନା । ଥର୍ମାଲ ସ୍କାନିଂ ପରେ ନନ୍ଦନକାନନ ପ୍ରବେଶ କରିବେ ପର୍ଯ୍ୟଟକ । ପଶୁପକ୍ଷୀ ରହୁଥିବା ଖୁଆଡ଼କୁ ଛୁଇଁବାକୁ ମଧ୍ୟ ବାରଣ କରାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତିି ନନ୍ଦନକାନନ କର୍ତ୍ତୃପକ୍ଷ । କରୋନାର ପ୍ରଥମ ଲହରରେ ନନ୍ଦନକାନନ ୭ ମାସ ବନ୍ଦ ହୋଇ ରହିଥିବା ବେଳେ ଦ୍ୱିତୀୟ ଲହରରେ ୩ ମାସ ବନ୍ଦ ହୋଇରହିଛି ।