ଯାଜପୁର: ଆଇନ ମନ୍ଦିରରେ ନାଗିନ୍ ଡ୍ୟାନ୍ସ ଘଟଣାରେ କାର୍ଯ୍ୟାନୁଷ୍ଠାନ।ଘଟଣାରେ ପ୍ରାଥମିକ ତଦନ୍ତ ପରେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଏଏସ୍ଆଇ ନିଲମ୍ବିତ । ଏଏସ୍ଆଇ ସଞ୍ଜୟ ଦାସଙ୍କୁ ନିଲମ୍ବିତ କଲେ ଯାଜପୁର ଏସପି ।ସେହିଭଳି ଘଟଣାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।କାର୍ଯ୍ୟାନୁଷ୍ଠାନ ନେଇ ଯାଜପୁର ଏସପି ରାହୁଲ ପିଆର୍ ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ହୋଲି ଦିନ ନାଗିନ୍ ଡ଼୍ୟାନ୍ସରେ ଯେଉଁଭଳି ଆଇଆଇସିଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ମସଗୁଲ ହୋଇ ନାଚିଥିଲେ ତାହାର ଭିଡ଼ିଓ ଭାଇରାଲ ହେବାପରେ ନିଆଯାଇ ଥିଲା କଡ଼ା କାର୍ଯ୍ୟାନୁଷ୍ଠାନ।ଭାଇରାଲ ଭିଡିଓକୁ ତନଖି କରାଯିବ ଏବଂ ଥାନା ମଧ୍ୟରେ ନାଚୁଥିବା ସମସ୍ତ ପୋଲିସ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏସପି ।