ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁରିବାହାଲ ଏବିଇଓ ଦେବରାଜ ଦାସ ସୋମବାର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ବିଭାଗୀୟ ପ୍ରୋସିଡିଂ ବନ୍ଦ କରିବା ପାଇଁ ଏବିଇଓ ଦାଶ ଚାଉଳକୁକୁଡ଼ା ଗ୍ରାମର ଶିକ୍ଷକ ବୈବୃତ ସାହୁଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଲାଞ୍ଚ ନେବାବେଳେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ ଏବିଡିଓ ଦାସଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରାଯାଇଛି।