Odia News Portal

ଜକିଓର ରେହମାନ ଲକଭିକୁ ୧୫ ବର୍ଷ ଜେଲ

ଇସଲାମାବାଦ: ଆତଙ୍କବାଦୀ ଜକିଓର ରେହମାନ ଲଖଭିକୁ ପାକିସ୍ତାନର ଆଣ୍ଟି ଟେରୋରିଜିମ କୋର୍ଟ ଦଣ୍ଡିତ କରିଛନ୍ତି । ଏଥି ସହିତ ଆତଙ୍କବାଦୀ ସଂଗଠନକୁ ଫଣ୍ଡି କରୁଥିବା ଜାକିଉରକୁ ୧୫ ବର୍ଷ ସଜା କାଟିବା ନେଇ ଶୁଣାଣି କରିଛନ୍ତି କୋର୍ଟ । ଏହା ପୂର୍ବରୁ ବି ସମାନ ଅଭିଯୋଗରେ ଲକଭି ଗିରଫ୍ ହୋଇଥିଲା । ଆଜି ଏହି ମାମଲାର ଶୁଣାଣି କରି ଲାହୋରର ଆତଙ୍କବାଦ ନିରୋଧ କୋର୍ଟ ଲଖଭିଙ୍କ ବିରୋଧରେ ଏହି ଦଣ୍ଢାଦେଶ ଶୁଣାଇଛନ୍ତି । ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଲଖଭି ।

ଲାହୋରରେ ଜକିଓର ରେହମାନ ଲଖଭି ନାମରେ ଆତଙ୍କବାଦୀ ସଂଗଠନ ମାନଙ୍କୁ ଟଙ୍କା ଯୋଗାଉଥିବା ନେଇ ଅଭିଯୋଗ ହୋଇଥିଲା । ଜକିଓର ରେହମାନ ଲଖଭି ଏକ ଦାତବ୍ୟ ଚିକିତ୍ସାଳୟ ନାମରେ ପାଣ୍ଠି ସଂଗ୍ରହ କରି ଆତଙ୍କୀ ସଂଗଠନ ମାନଙ୍କୁ ଦେଉଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଜକିଓର ରେହମାନ ଲଖଭିକୁ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆତଙ୍କବାଦୀ ଘୋଷଣା କରାଯାଇଥିଲା । ହେଲେ ସେ ଦୀର୍ଘଦିନ ଧରି ଗିରଫଦାରୀରୁ ବଞ୍ଚିବାକୁ ଲୁଚି ରହିଥିଲେ । ହେଲେ କିଛିିଦିନ ପୂର୍ବରୁ ପାକିସ୍ତାନ ସରକାର ଜକିଓର ରେହମାନ ଲଖଭିକୁ ଗିରଫ୍ କରି ଜେଲରେ ରଖିଥିଲେ ।