Odia News Portal

ଶେଷହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ଶେଷହେଲା ମୌସୁମୀ ଅଧିବେଶନ । ବିରୋଧୀଙ୍କ ହଟ୍ଟଗୋଳ, ଶାସକ ଦଳର ଉତ୍ତର ମଧ୍ୟରେ ସରିଛି ମୌସୁମୀ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ସେପ୍ଟେଟର ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ସମୁଦାୟ ୮ଟି କାର୍ୟ୍ୟ ଦିବସ ଥିଲା। ଏଥିରେ ସରକାରୀ କାର୍ୟ୍ୟ ଦିବସ ୭ଟି ଏବଂ ଗୋଟିଏ ବେସରକାରୀ କାର୍ୟ୍ୟ ଦିବସ ରହିଥିଲା। ଅଧିବେଶନ କାଳରେ ତିନିଟି ମୁଲତବି ପ୍ରସ୍ତାବ ଆସିଥିଲା। ଚଳିତ ଥର ମୌସୁମୀ ଅଧିବେଶନରେ ମୋଟ୍ ୧୩ଟି ବିଲ ପାରିତ ହୋଇଛି।