ନୂଆଦିଲ୍ଲୀ: ନିକଟରେ ଗଠିତ ହୋଇଛି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ । ତେବେ ଏହି ମନ୍ତ୍ରୀଙ୍କୁ ପାଠ ପଢ଼ାଇବେ ପ୍ରଧାନମନ୍ତ୍ରୀ । ଆସନ୍ତା ସପ୍ତାହରେ ନୂଆ ମନ୍ତ୍ରୀଙ୍କୁ ପାଠ ପଢାଇବେ ମୋଦି । ଘଣ୍ଟେ, ଦି ଘଣ୍ଟା କି ଦିନେ ନୁହେଁ, ପୂରା ୩ ଦିନ ଚାଲିବ ବିଚାରବିମର୍ଶ । ଆଉ ଏହି କ୍ଲାସ୍ ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇପାରେ । ଏହି ସରକାରର ବାକି ଥିବା ୩ ବର୍ଷର କାମର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେବ । କିଛି ମନ୍ତ୍ରୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କରୋନା ସମୟରେ ସରକାରଙ୍କ ଇମେଜ୍ ଓ ଏହାର ସୁଧାର ଦିଗରେ ମୋଦି ମନ୍ତ୍ରୀମାନଙ୍କୁ ମନ୍ତ୍ର ଦେବେ । ଏଥିରେ ସରକାରଙ୍କ ଆଗାମୀ ଦିନର ପ୍ଲାନ୍ କଣ ରହିଛି ଓ ଏହାକୁ କିଭଳି କାର୍ୟ୍ୟକାରୀ କରାଯିବ ସେ ବିଷୟରେ ମୁଖ୍ୟତଃ ଚର୍ଚ୍ଚା ହେବ । ଏହି ବୈଠକ ପୂର୍ବରୁ ସବୁ ମନ୍ତ୍ରୀଙ୍କୁ ସୂଚନା ଦିଆସରିଛି ।