Odia News Portal

ମୋ ବସ୍‌ରୁ ଚୋରି ଅଭିଯୋଗରେ ମହିଳା ଗିରଫ

ଚୋରି ଅଭିଯୋଗରେ ଲିଙ୍ଗରାଜ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ସେ ହେଲେ କଟକ ଜିଲାର କିରଣ ସିନ୍ଧେ । ତାଙ୍କ ଠାରୁ ପୁଲିସ ଚୋରି ହୋଇଥିବା ୨୦୦୦ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରିଣୀ ଜଣକ ଶିଶୁପାଳଗଡ଼ରେ ଥିବା ଏସବିଆଇ ବ୍ୟାଙ୍କକୁ ଆସିଥିଲେ । କାର‌୍ୟ୍ୟ ସରିବା ପରେ ସେ ୩୪ନମ୍ବର ମୋବସ ମାଧ୍ୟମରେ ଲିଙ୍ଗିପୁର ଛକରୁ ରାଜମହଲ ଛକକୁ ଫେରୁଥିଲେ । କେଦାରଗୌରି ନିକଟରେ ବସର ଡ୍ରାଇଭର ବ୍ରେକ ଲଗାଇବାରୁ ଅଭିଯୁକ୍ତ ଜଣକ ଜାଣିଶୁଣି ସମ୍ପୃକ୍ତ ଅଭିଯୋଗକାରିଣୀଙ୍କ ଦେହରେ ଜୋରସେ ଧକା ହେବା ସହିତ ଏହି ସୁଯୋଗରେ ଭ୍ୟାନିଟି ବ୍ୟାଗର ଚେନ ଖୋଲି ଭିତରୁ ମନିପର୍ସ ଚୋରୀକରି ନେଇଯାଇଥିଲେ । ଉକ୍ତ ପର୍ସରେ ଅଭିଯୋଗକାରିଣୀଙ୍କ ୨୦୦୦ଟଙ୍କା ଥିଲା । ଚୋରୀ ଘଟଣା ଦେଖିଥିବା ଅନ୍ୟ ଏକ ବସ ଯାତ୍ରୀଙ୍କ ସହାୟତାରେ ଅଭିଯୋଗକାରିଣୀ ଜଣକ ଘଟଣା ସ୍ଥଳରେ କିରଣଙ୍କୁ କାବୁକରିବା ସହିତ ପିସିଆର ଡାକି ପୁଲିସ ଜମା ଦେଇଥିଲେ । ଉକ୍ତ ଘଟଣାର ଅଭିଯୋଗପରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ଅଭିଯୋଗକାରିଣୀଙ୍କ ପର୍ସ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।ୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରିଣୀ ଜଣକ ଶିଶୁପାଳଗଡ଼ରେ ଥିବା ଏସବିଆଇ ବ୍ୟାଙ୍କକୁ ଆସିଥିଲେ । କାର‌୍ୟ୍ୟ ସରିବା ପରେ ସେ ୩୪ନମ୍ବର ମୋବସ ମାଧ୍ୟମରେ ଲିଙ୍ଗିପୁର ଛକରୁ ରାଜମହଲ ଛକକୁ ଫେରୁଥିଲେ । କେଦାରଗୌରି ନିକଟରେ ବସର ଡ୍ରାଇଭର ବ୍ରେକ ଲଗାଇବାରୁ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଜାଣିଶୁଣି ସମ୍ପୃକ୍ତ ଅଭିଯୋଗକାରିଣୀଙ୍କ ଦେହରେ ଜୋରସେ ଧକା ହେବା ସହିତ ଏହି ସୁଯୋଗରେ ଭ୍ୟାନିଟି ବ୍ୟାଗର ଚେନ ଖୋଲି ଭିତରୁ ମନିପର୍ସ ଚୋରୀକରି ନେଇଯାଇଥିଲେ । ଉକ୍ତ ପର୍ସରେ ଅଭିଯୋଗକାରିଣୀଙ୍କ ୨୦୦୦ଟଙ୍କା ଥିଲା । ଚୋରୀ ଘଟଣା ଦେଖିଥିବା ଅନ୍ୟ ଏକ ବସ ଯାତ୍ରୀଙ୍କ ସହାୟତାରେ ଅଭିଯୋଗକାରିଣୀ ଜଣକ ଘଟଣା ସ୍ଥଳରେ କିରଣଙ୍କୁ କାବୁକରିବା ସହିତ ପିସିଆର ଡାକି ପୁଲିସ ଜମା ଦେଇଥିଲେ । ଉକ୍ତ ଘଟଣାର ଅଭିଯୋଗପରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ଅଭିଯୋଗକାରିଣୀଙ୍କ ପର୍ସ ଜବତ କରିଥିଲେ ।