କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ସିଟ୍ରୁ ଲଢ଼ିବେ ବିଧାନସଭା ନିର୍ବାଚନ । ଆଜି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବନୀପୁରରୁ ସିଟ୍ରୁ ଇସ୍ତଫା ଦେଇଛନ୍ତି। ଶୋଭନ ଦେବଙ୍କ ଇସ୍ତଫା ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ଗ୍ରହଣ କରିଛନ୍ତି। ଭବାନୀପୁର ମମତା ବାନାର୍ଜୀଙ୍କର ପାରମ୍ପାରିକ ଆସନ । ଟିଏମସି ନେତା ଶୋଭନ ଦେବ ଆଜି ବିଧାୟକ ପଦରୁ ଇସ୍ତଫା ଦେବା ପରେ ମମତା ବାନାର୍ଜର ଭବାନୀପୁର ଆସନରୁ ପ୍ରାର୍ଥୀ ହେବା ନେଇ ଅନୁମାନ କରାଯାଉଛି ।
ଇସ୍ତଫା ପରେ ଟିଏମସି ନେତା ଶୋଭନ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଭବାନୀପୁର ବିଧାୟକ ପଦରୁ ଇସ୍ତଫା ଦେଉଛି, ଏହା ମୋର ଏବଂ ଦଳର ନିଷ୍ପତ୍ତି, ମୁଁ ଚାହେଁ ଦିଦି ବିଧାନସଭା ନିର୍ବାଚନ ଜିତି ପଶ୍ଚିମବଙ୍ଗବାସୀଙ୍କ ସେବା କରନ୍ତୁ ।ସେହି ଭଳି ଦଳର ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ କହିଛନ୍ତି, ମୁଁ ଶୋଭନ ଦେବଙ୍କ ଇସ୍ତଫା ପୂର୍ବରୁ ତାଙ୍କ ସହ କଥା ହୋଇଥିଲି ।ସେ ନିଜ ଇଚ୍ଛାରେ ପଦରୁ ଇସ୍ତଫା ଦେଇଛନ୍ତି ।