ସମନ୍ୱିତ କୃଷି ଓ ଅର୍ଥକାରୀ ଫସଲ ଉପରେ ମନ୍ତ୍ରୀ ଡ.ସାହୁଙ୍କ ଗୁରୁତ୍ୱ
ଖରିଫ କାର୍ଯ୍ୟକ୍ରମରେ କୃଷକଙ୍କ ଆୟ ବହୁଗୁଣିତ ଉପରେ ଆଲୋଚନା
ଭୁବନେଶ୍ୱର: କୃଷି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଖରିଫ ଚାଷ ରାଜ୍ୟ କୃଷି କ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ଖରିଫରେ କୋଭିଡ୍-୧୯ର ଅସ୍ୱାଭିବିକ ପରିସ୍ଥିତିକୁ ସମ୍ମୁଖୀନ ହୋଇ ମଧ୍ୟ କୃଷକମାନଙ୍କ କଠିନ ପରିଶ୍ରମ ଏବଂ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ରେକର୍ଡ ପରିମାଣର ଉତ୍ପାଦନ ହୋଇପାରିଥିଲା । ଚଳିତ ଖରିଫ ୨୦୨୧ରେ କୋଭିଡର ଦ୍ୱିତୀୟ ଲହରକୁ ଉଚିତ୍ ମୁକାବିଲା ଓ ସମସ୍ତ କୋଭିଡ୍ ମାର୍ଗଦର୍ଶିକା ପାଳନ କରି ରାଜ୍ୟର କୃଷକମାନେ ଅ ।ଶାନୁରୂପ ଫସଲ ଉତ୍ପାଦନ କରିବେ ବୋଲି ଅ ।ଶା ରହିଛି । କୃଷକମାନଙ୍କ ଅ ।ୟ ବହୁଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷି ଓ ଅଧିକ ଅର୍ଥକରୀ ଫସଲ ଚାଷୀ ଉପରେ ଗୁରୁତ୍ୱ ଦିଅ ।ଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ଭର୍ଚୁଅ ।ଲ ମାଧ୍ୟମରେ ଆୟୋଜିତ ଖରିଫ କାର୍ଯ୍ୟକ୍ରମ-୨୦୨୧ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବୈଠକରେ ମନ୍ତ୍ରୀ ଡ. ସାହୁ କହିଲେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ। ଖରିଫ ୨୦୨୧ରେ ମୋଟ୍ ୧୧୭.୫ ଲକ୍ଷ ମେଟ୍ରିକ୍ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଅ ।ଶା ରହିଛି । ୫.୩ ଲକ୍ଷ ମେଟ୍ରିକଟନ୍ ଡାଲି ଜାତୀୟ ଫସଲ ସମେତ ୧୦୨ ଲକ୍ଷ ମେଟ୍ରିକ ଟନ୍ ଶସ୍ୟ, ୩.୦୧ ଲକ୍ଷ ମେଟ୍ରିକଟନ୍ ତୈଳବୀଜ, ୬.୮୨ ଲକ୍ଷ ଗାଣ୍ଠି କପା, ୧ ଲକ୍ଷ ଗାଣ୍ଠି ଝୋଟ ଓ ମେସ୍ତା, ୫.୩୯ ଲକ୍ଷ ମେଟ୍ରିକଟନ୍ ମସଲା ଏବଂ ପ୍ରାୟ ୭୨ ଲକ୍ଷ ମେଟ୍ରିକଟନ ପନିପରିବା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକଙ୍କ ଅ ।ୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଅ ।ହ୍ୱାନ ଦେଇଥିବା ବେଳେ ଫସଲର ବିବିଧିକରଣ ଏବଂ ସମନ୍ୱିତ କୃଷି କାଯର୍ୟ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରିହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଚଳିତ ଖରିଫରେ ପ୍ରାୟ ୧ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଅଣଧାନ ଓ ଅର୍ଥକାରୀ ଫସଲ ଚାଷ କରାଯିବାର ଳକ୍ଷ୍ୟ ରଖାଯାଇଛି । ଏଥିସହିତ ଚାଷ ସହିତ ଅ ।ନୁଷଙ୍ଗିକ କୃଷି, ମତ୍ସ୍ୟ ଚାଷ, ପ୍ରାଣୀ ପାଳନ, ଉଦ୍ୟାନ କୃଷି ଅ ।ଦି କରି କୃଷକଙ୍କ ଅ ।ୟ ବୃଦ୍ଧି କରାଯିବାର ସୁଯୋଗ ରହିଥିବା ବେଳେ ଏସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଏକାନ୍ତ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉପଯୋଗ ଯୋଜନାରେ ଅଧିକରୁ ଅଧିକ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଡ. ସାହୁ କହିଥିଲେ ।
ଖରିଫରେ ଚାଷୀମାନେ ଯେପରି ଅ ।ବଶ୍ୟକ କୃଷି ସାମଗ୍ରୀ ଓ ଉନ୍ନତମାନର ବିହନ ଏବଂ ସାର ଠିକ୍ ସମୟରେ ଓ ପଯର୍ୟାପ୍ତ ପରିମାଣରେ ପାଇପାରିବେ ସେଥିନିମନ୍ତେ ଆଗୁଅ । ପଦକ୍ଷେପ ନେବାପାଇଁ ମନ୍ତ୍ରୀ ଡ.ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପକ୍ଷରୁ ୫.୩୬ ଲକ୍ଷ କ୍ୱିଣ୍ଟାଲ ବିହନ ଏବଂ ୯.୧୫ ଲକ୍ଷ ମେଟ୍ରିକଟନ୍ ବିଭିନ୍ନ ସାର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅଦ୍ୟାବଧି ୪ ଲକ୍ଷ କ୍ୱିଣ୍ଟାଲ ବିହନ ଓ ୫୦ ହଜାର ମେଟ୍ରିକଟନ୍ ୟୁରିଅ । ସାର ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇସାରିଲାଣି । ଚଳିତ ଖରିଫରେ ରାଜ୍ୟର ୮୧ଟି ବ୍ଲକ୍ର ୫୬,୦୦୦ ହେକ୍ଟର ଜମିରେ ଲଘୁ ଶସ୍ୟ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୨୧-୨୨ରେ ୨.୫ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ । ସଂଗ୍ରହ କରାଯିବା ପାଇଁ ଯୋଜନା କରାଯାଇଛି । କୃଷି କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ମୋଟ ୧୭,୬୫୪ କୋଟି ଟଙ୍କାର ଋଣ ଯୋଗାଇ ଦିଅ ।ଯିବ । ସେଥିମଧ୍ୟରୁ ସମବାୟ ସଂସ୍ଥା ମାଧ୍ୟମରେ ୯୦୦୦ କୋଟି ଟଙ୍କାର ସ୍ୱଳ୍ପ ମିଆଦି ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କାଯାଇଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ ।
ଭୂମିହୀନ ଚାଷୀମାନଙ୍କୁ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ବଳରାମ ଯୋଜନାରେ ପର୍ଯ୍ୟାପ୍ତ ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିସହିତ ଖରିଫ ଚାଷ ସମୟରେ କୌଣସି ପ୍ରତିକୂଳ ପାଣିପାଗକୁ ପ୍ରତିହତ କରି କୃଷି କାର୍ଯ୍ୟକୁ ଅ ।ଗେଇ ନେବା ପାଇଁ କଣ୍ଟିଜେଣ୍ଟ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ ।
ବୈଠକରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-ଟିକୁ କୃଷି ବିଭାଗର ଦୈନନ୍ଦିନ କାର୍ଯ୍ୟକ୍ରମରେ ଅନୁପାଳନ କରାଯାଇ କୃଷି କ୍ଷେତ୍ରରେ ଅ ।ଶାନୁରୂପ ସଫଳତା ହାସଲ କରାଯାଇଛି । କୃଷି ଓ କୃଷକ ଶସକ୍ତିକରଣ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଖରିଫରେ ଚାଷୀମାନଙ୍କୁ କୃଷି ସାମଗ୍ରୀର ଯୋଗଣ ସମୀକ୍ଷା କରିବା ପାଇଁ ପ୍ରତି ସପ୍ତାହରେ ରାଜ୍ୟସ୍ତରରେ ବୈଠକ କରାଯାଉଛି । ଚଳିତ ଖରିଫରେ ସମନ୍ୱିତ କୃଷି, ଅଧିକ ଅଣଧାନ ଓ ଅର୍ଥକରୀ ଫସଲ ଚାଷ, ଉଦ୍ୟାନ କୃଷି ଏବଂ ଫସଲ ଅମଳ ପରବର୍ତ୍ତୀ ପରିଚାଳନ ଓ ଏହାର ବିକ୍ରିବଟା ଏବଂ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ବଶିଷ୍ଠ କହିଥିଲେ ।
ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ କହିଲେ ଜଳସେଚନର ସମସ୍ତ ସମ୍ଭାବନାକୁ ଉପଯୋଗ କରି ଚାଷଜମିକୁ ଜଳ ଯୋଗାଇଦେବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଅ ।ଯାଇଛି । ୨.୭୪ ଲକ୍ଷ ହେକ୍ଟର ଅଧିକ ଜମିକୁ ଜଳସେଚନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ଅନୁଗର୍ଗ କହିଥିଲେ ।