ପରୀ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଆଜି ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,ପରୀ ଗୋଟିଏ ଛୋଟ ଝିଅ, ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରାଯାଉ । ଭଗବାନ କରନ୍ତୁ ପରୀକୁ ନ୍ୟାୟ ମିଳୁ ଓ ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁ ।
ତେବେ ନାବାଳିକା ଘଟଣାରେ ଦୋଷୀକୁ ଧରିବାକୁ ରାଜ୍ୟ ସରକାର ଏସଆଇଟିକୁ ଦାୟିତ୍ୱ ଦେଇଥିଲେ। ଏସଆଇଟି ଏହି ଘଟଣାରେ ସରୋଜ ସେଠୀକୁ ଗିରଫ କରିଛି। ସେହି ପରୀକୁ ହତ୍ୟା କରିଛି ବୋଲି ଗତକାଲି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍ମିଟ ଜରିଆରେ ସୂଚନା ଦେଇଥିଲେ । ଏସ୍ଆଇଟି ମୁଖ୍ୟ ପ୍ରେସ୍ମିଟ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରୁ ରହସ୍ୟ ପରଦା ହଟାଇଥିଲେ । ଅଭିଯୁକ୍ତଙ୍କ ଜଣଙ୍କ ପରୀକୁ ତଣ୍ଟିଚିପି ହତ୍ୟା କରିଛି । ଏବେ ହତ୍ୟା ପରେ ମୃତଦେହ ଯୌନ ସଂପର୍କ ରଖିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ପୋଖରୀ ନିକଟରେ ଥିବା ସନ୍ତ-ସନ୍ତିଆ ଜାଗାରେ ପକାଇଦେଇଥିଲା । ସ୍ଥାନୀୟ ଲୋକ କାଳେ ମୃତଦେହକୁ ଦେଖିଦେବେ, ସେଥିପାଇଁ ମୃତଦେହ ଉପରେ ନଡିଆ ବାହୁଙ୍ଗା ପକାଇଦେଇଥିଲେ । ଯାହାକୁ ଏସ୍ଆଇଟି ଜବତ କରିଛି । ତେବେ ଜବତ ହୋଇଥିବା ନଡିଆ ବାହୁଙ୍ଗାର ଜେନମ୍ ଟେଷ୍ଟ ପାଇଁ ଦିଲ୍ଲୀ ଓ ହାଇଦ୍ରାବାଦ ପଠାଯିବ ।
ସେପଟେ ପରୀ ହତ୍ୟା ମାମଲାରେ ତଥ୍ୟ ଯୋଗାଡ ଯଦୁପୁର ଗ୍ରାମରେ ଥିବା ପୋଖରୀରୁ ପୂରା ଜଳ ନିଷ୍କାସନ ଚାଲିଛି । ମଙ୍ଗଳବାର ଦିନ ୪ ଫୁଟ୍ ଜଳ ନିଷ୍କାସନ କରାଯାଇଥିବା ବେଳେ ଆଜି ଆହୁରୀ ଜଳ ନିଷ୍କାସନ ଚାଲିଛି । ଆଜି ବି ଯଦୁପୁର ଗାଁରେ ଅଛନ୍ତି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ।