ଭୁବନେଶ୍ୱର: ଆଜିଠୁ ଅଫଲାଇନରେ ଆରମ୍ଭ ହୋଇଛି ମେଟ୍ରିକ ପରୀକ୍ଷା । ପ୍ରକାଶିତ ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଆଜି ଦେବେ ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୧୫ ଜଣ ଦେବେ ପରୀକ୍ଷା ଦେବେ । ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।