Odia News Portal

କୋଭିଡ୍ ଯୁଦ୍ଧକୁ ବଳ ଯୋଗାଇବ ଡାକ୍ତରଙ୍କ ନିଯୁକ୍ତି

.୭୮୬ ଡାକ୍ତରଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ
. ରେକର୍ଡ ୧୫ ଦିନ ମଧ୍ୟରେ ଫଳ ପ୍ରକାଶନ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଡାକ୍ତରୀ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରିବାକୁ ୧୯/୦୨/୨୦୨୧ରେ ଓଡ଼ିଶା ଲୋକସେବା ଅ ।ୟୋଗକୁ ପ୍ରସ୍ତାବ ଅ ।ସିଥିଲା । କୋଭିଡ୍ ସମୟରେ ଏହି ପଦବୀଗୁଡ଼ିକ ଯଥା ଶୀଘ୍ର ପୂରଣ କରିବା ଏକାନ୍ତ ଅପରିହାର୍ଯ୍ୟ ଥିବାରୁ ଯେତେ ସମ୍ଭବ ଖୁବ୍ କମ୍ ସମୟ ମଧ୍ୟରେ ଏହି ନିଯୁକ୍ତି ପରୀକ୍ଷା ସମାହିତ କରି ଫଳାଫଳ ପ୍ରକାଶ କରିବା ଓଡ଼ିଶା ଲୋକସେବା ଅ ।ୟୋଗ ପାଇଁ ଏକ ବଡ଼ ଅ ।ହ୍ୱାନ ଥିଲା । ଏଣୁ ଏହି ପରୀକ୍ଷାକୁ କମ୍ପୁ୍ୟଟର ମାଧ୍ୟମରେ କରିବାକୁ ଅ ।ୟୋଗ ବିଧିବଦ୍ଧ ପ୍ରସ୍ତାବ ନେଇଥିଲା । ଅ ।ବେଦନ ତାରିଖ ପାଇଁ ଏକ ମାସ ସମୟ ଦେବା ପରେ ୨୮/୦୪/୨୦୨୧ ତାରିଖରେ ନିଯୁକ୍ତି ପରୀକ୍ଷା ୧୫ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ।

୧୪୯୧ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଓଡ଼ିଶା ଡାକ୍ତରୀ ସେବା ନିଯୁକ୍ତି ନିୟମ ଅନୁଯାୟୀ ଲିଖିତ ପରୀକ୍ଷାର ନମ୍ବର (ଯାହାର ଗୁରୁତ୍ୱ ଶତକଡ଼ା ୭୦ ଭାଗ) ଏବଂ କ୍ୟାରିୟର (ଗୁରୁତ୍ୱ ଶତକଡ଼ା ୩୦ ଭାଗ) ଅ ।ଧାରରେ ମେଧା ନିର୍ଦ୍ଧାରଣ କରାଯିବାର ବ୍ୟବସ୍ଥା ଅଛି । ବର୍ତ୍ତମାନ ଲୋକସେବା ଅ ।ୟୋଗରେ ଯେ କୌଣସି ପରୀକ୍ଷା ସମ୍ବନ୍ଧୀୟ ଯାବତୀୟ ପ୍ରକ୍ରିୟା ଯଥା-ଅ ।ବେଦନ, ଏଡ୍ମିଟ୍ କାର୍ଡ ପ୍ରେରଣ, ପରୀକ୍ଷା କେନ୍ଦ୍ର ଚୟନ, ପରୀକ୍ଷା ଫଳ ନିର୍ଦ୍ଧାରଣ ଏବଂ ପ୍ରାର୍ଥୀଙ୍କ ନାମ ସୁପାରିଶ ସମସ୍ତ କାର୍ଯ୍ୟ ସିଏସ୍ଏମ୍ଏସ୍ ସଫ୍ଟୱେୟାର ମାଧ୍ୟମରେ ଅନ୍ଲାଇନ୍ରେ ହୋଇପାରୁଅଛି । ଏହା ପରୀକ୍ଷା ପଦ୍ଧତିକୁ ତ୍ରୁଟିଶୂନ୍ୟ ଏବଂ କମ ସମୟ ସାକ୍ଷେପ କରିପାରିଛି । ପ୍ରାର୍ଥୀମାନେ ତାଙ୍କର ଅନ୍ଲାଇନ୍ ଦରଖାସ୍ତ ଅ ।ବେଦନ କରିଥିବା ସମୟରେ ଦାଖଲ କରିଥିବା ଦଶମ, ଦ୍ୱାଦଶ ଏବଂ ଏମ୍ବିବିଏସ୍ ଡିଗ୍ରୀ ପରୀକ୍ଷାର ମାର୍କ ତାଲିକା ଭିତ୍ତିରେ ଏହି ସିଏସ୍ଏମ୍ଏସ୍ ସଫ୍ଟୱେୟାର ସେମାନଙ୍କର କ୍ୟାରିୟରଭିତ୍ତିକ ମେଧା ତାଲିକା ଖୁବ୍ କମ୍ ସମୟରେ ବାହାର କରାଯାଇ ଅଛି । ସେହି କ୍ୟାରିୟର ମାର୍ଗ ସହିତ ଲିଖିତ ପରୀକ୍ଷାର ମାର୍କ ସଫ୍ଟୱେୟାର ମାଧ୍ୟମରେ ମିଶି ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯାଇ ଅଛି । ପରୀକ୍ଷା ହେବାର ମାତ୍ର ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରି ଓଡ଼ିଶା ଲୋକସେବା ଅ ।ୟୋଗ ଏହାର ପରୀକ୍ଷା ପଦ୍ଧତିରେ ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ଏକ ନମୁନା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ କୋଭିଡ୍ ପରିପ୍ରେକ୍ଷୀରେ ଅ ।ବଶ୍ୟକ ଥିବା ଡାକ୍ତରୀ ପଦବୀ ଖୁବ୍ ଶୀଘ୍ର ପୂର ଣ କରବାରେ ସକ୍ଷମ ହୋଇଥିବାରୁ ଏହା ଅ ।ୟୋଗର ରାଜ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧତା ବେଶ୍ ପ୍ରତିପାଦନ କରିଛି ।

ଏହି ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ମୂଳ ପ୍ରମାଣପତ୍ର ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯାଞ୍ଚକରିସାରିଲା ପରେ ସରକାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୭୮୬ ଜଣ ଡାକ୍ତରଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି । ଚୂଡାନ୍ତ ଫଳ ଓପିଏସ୍ସିର ୱେବ୍ସାଇଟ୍ https://opsc.gov.in/ ରେ ଉପଲବ୍ଧ ହେବ ।