Odia News Portal

ସରିଲା ପ୍ରଥମ ଦିନର ମାଟ୍ରିକର ଦ୍ବିତୀୟ ସମେଟିଭ୍ ପରୀକ୍ଷା

ସରିଲା ପ୍ରଥମ ଦିନର ମାଟ୍ରିକର ଦ୍ବିତୀୟ ସମେଟିଭ୍ ପରୀକ୍ଷା । ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଗ୍ରୀଷ୍ମପ୍ରବାହ ଓ କୋଭିଡ୍ କୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡିକରେ ସଵୁ ପ୍ରକାର ଵ୍ୟଵସ୍ଥା କରାଯାଇଥିବା ଵୋର୍ଡ ସଭାପତି କହିଛନ୍ତି । ଏହା ସହ ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଓ କୌଣସି ପରୀକ୍ଷା କେନ୍ଦ୍ରରୁ କୌଣସି ଅନିୟମିତତାର ଖଵର ଆସିନଥିଵା ସୂଚନା ଦେଇଛନ୍ତି ଵୋର୍ଡ ସଭାପତି ।

ସେପଟେ ଇଂରାଜୀ ପରୀକ୍ଷାରେ ପ୍ରଶ୍ନପତ୍ର ଵେଶ୍ ସହଜ ଓ ସରଳ ଥିଲା ଵୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି । ତେଵେ ଅଵଜେକଟିଭ୍ ଉତ୍ତର ଖୁବ ଶୀଘ୍ର ସରିଯାଉଥିଵା ଵେଳେ ଗୋଟିଏ ଘଣ୍ଟାରେ ୩୦ମାର୍କର ସଵଜେକଟିଭ୍ କରିବା ସମ୍ଭଵ ହେଉ ନାହିଁ ଵୋଲି ଛାତ୍ରଛାତ୍ରୀ ମାନେ ପ୍ରତିକ୍ରିୟା ରଖିଛନ୍ତି। ଦୁଇ ଘଣ୍ଟାର ପରୀକ୍ଷାରେ ପ୍ରଥମ ଘଣ୍ଟାରେ ୫୦ମାର୍କର ଅଵଜେକଟିଭ୍ ଓ ଦ୍ବିତୀୟ ଘଣ୍ଟାରେ ୩୦ ମାର୍କର ସଵଜେକଟିଭ୍ ପରୀକ୍ଷା ହେଉଛି ।