ଭୁବନେଶ୍ୱର() ଚଳିତ ମାସର ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନେ ଦୁଇଦିନ ଭିତରେ ତାରିଖ ଧାର୍ଯ୍ୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋଡର଼୍ ସଭାପତି ରାମାଶିଷ ହାଜରା ।
ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଦୁଇ ସପ୍ତାହ ତଳେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ହୋଇଥିଲା । କରୋନା ପାଇଁ ଚଳିତ ବର୍ଷ ମୂଲ୍ୟାୟନରେ ବାଧା ସୃଷ୍ଟି ହେବାରୁ ପରୀକ୍ଷା ଫଳ ବିଳମ୍ବିତ ହୋଇଯାଇଛି ।