Odia News Portal

ବାପା ଓ ମାଆକୁ ଶିଳପୁଆରେ ପିଟି ମାରିଦେଲା ପୁଅ

ଘର କଳୀରୁ ହତ୍ୟା | ସାମାନ୍ୟ କଥାକୁ ନେଇ ଜନ୍ମ ଦେଇଥିବା ବାପା ଓ ମାଆଙ୍କୁ ଶିଳପୁଆରେ ପିଟି ପିଟି ମାରିଦେଲା ପୁଅ। ତେବେ ଜମି ଜମା ଓ ଟଙ୍କା ପଇସାକୁ ନେଇ ପୁଅ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏପରି ଲୋମହର୍ଷଣ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ବିଶିପୁର ଗାଁରେ ଘଟିଛି ।

ଏନେଇ ବିଶ୍ରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଜୟ ସିଂକୁ ଗିରଫ କରିଛି। ତେବେ ଏହି ନୃସଂଶ ହତ୍ୟାକାଣ୍ଡ ନେଇ ସୂଚନା ଦେଇଛନ୍ତି ଡିଏସ୍‌ପି ଅସୀମ ପଣ୍ଡା।