ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ | ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି | ଆଜି ଡିଭିଏଫ ଯବାନ ସ୍ଵାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତରେ ଗୁଇନ୍ଦା ବିଭାଗର ସୂଚନା ପାଇ କମ୍ବିଂ ଅପରେସନ କରୁଥିବା ସମୟରେ ବିପୁଳ ପରିମାଣର ବିସ୍ଫୋରକ ଉଦ୍ଧାର କରିଯାଇଛି ।

ଉଦ୍ଧାର କରଯାଇଥିବା ବିସ୍ଫୋରକ ସମାଗ୍ରୀ ମାନଙ୍କ ମଧ୍ୟରେ ୨ ଆଇଇଡି, ୨୦କେଜିର କୋରଡେକ୍ସ କେବୁଲ,୭୦ଟି ଆଲୁମିନିୟମ ସୁପର ଡିଟୋନେଟର, ୫୦ଟି ଇଲକ୍ଟ୍ରୋନିକ୍ସ ଡିଟୋନେଟର ଆଦି ଜବତ କରା ଯାଇଛି ।କିଛି ବଡ଼ ଧରଣର ମାଓ ଯୋଜନା,ଯବାନ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲ ଏହି ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ପି. ସୂଚନା ଦେଇଛନ୍ତି ।