Odia News Portal

ରାଶି ଅନୁଯାୟୀ ପାଆନ୍ତୁ ଭଗବାନ ଶିବଙ୍କ ଆଶିର୍ବାଦ

ଭୁବନେଶ୍ବର: ମହାଶିବରାତ୍ରି ଦିନ ଭଗବାନ ଶିବ ଓ ଭକ୍ତଙ୍କ ମିଳନ ଉତ୍ସବକୁ ବହୁତ ଧୂମଧାମରେ ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ, ଏହିଦିନ ବିଧି ବିଧାନ ଅନୁସାରେ ଶିବଙ୍କ ପୂଜାର୍ଚ୍ଚନା କରାଯାଏ। ଶିବରାତ୍ରି ଦିନ ବ୍ରତ ଉପବାସ କରିବାର ମଧ୍ୟ ବିଧାନ ରହିଛି। ଏଥର ମହାଶିବରାତ୍ରି ୧୧ ତାରିଖ, ଗୁରୁବାର ଦିନ ପଡୁଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବରାତ୍ରି ଦିନ ବ୍ରତ ପାଳନ କଲେ ବ୍ୟକ୍ତିଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ। ଶିବ କେବଳ ଜଳରେ ହିଁ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ସଚ୍ଚୋଟ ମନରେ ଶିବଙ୍କୁ ଆରାଧନା କଲେ ଜୀବନର ସବୁ କଷ୍ଟରୁ ମୁକ୍ତି ମିଳିଥାଏ। ଭୋଲେନାଥଙ୍କ ଶରଣରେ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ବୋଲି କୁହାଯାଏ।

ଶିବରାତ୍ରି ଦିନ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରି ଭକ୍ତ ଶିବଙ୍କୁ ଆରାଧନା କରନ୍ତି ଓ ରାତିରେ ଶିବଙ୍କ ମନ୍ତ୍ର ଜପ କରନ୍ତି। ଏହାଦ୍ୱାରା ଶିବ ପ୍ରସନ୍ନ ହୁଅନ୍ତି ଓ ମୋକ୍ଷ ପ୍ରଦାନ କରନ୍ତି। ଶାସ୍ତ୍ର ଅନୁସାରେ ମହାଶିବରାତ୍ରିର ବିଶେଷ ଅବସରରେ ଭଗବାନ ଶିବଙ୍କ ଜଳାଭିଷେକ କଲେ ସବୁ ପ୍ରକାର ଦୋଷରୁ ମୁକ୍ତି ମିଳିଥାଏ। ଏହାସହ ଶିବଙ୍କ ଆଶୀର୍ବାଦ ମଧ୍ୟ ସଦା ରହିଥାଏ। 

  • ମହାନିଶିଥ କାଳ – ୧୧ ତାରିଖ (ଗୁରୁବାର) ରାତି ୧୧ଟା ୪୪ ମିନିଟରୁ ରାତି ୧୨ଟା ୩୩ ମିନିଟ।
  • ଚତୁର୍ଦଶୀ ତିଥି ଆରମ୍ଭ – ୧୧ ତାରିଖ (ଗୁରୁବାର) ଅପରାହ୍ନ ୨ଟା ୪୧ ମିନିଟରୁ ।
  • ଚତୁର୍ଦଶୀ ତିଥି ଶେଷ – ୧୨ ତାରିଖ (ଶୁକ୍ରବାର) ଅପରାହ୍ନ ୩ଟା ୩ ମିନିଟ ଯାଏଁ।

ତେବେ ଏହି ଦିନର ରହିଛି ଅନେକ ପୌରାଣିକ ମହତ୍ତ୍ୱ।ଶିବରାତ୍ରୀ ମହାଦେବଙ୍କ ଅଭିଷେକ ସବୁବେଳେ ସୁନା,ରୁପା ଓ କଂସା ପାତ୍ରରେ କରିବା ଉଚିତ। ଅଭିଷେକ କେବେ ବି ପ୍ଲାଷ୍ଟିକ କିମ୍ବା ଷ୍ଟିଲ ପାତ୍ରରେ କରିବା ଠିକ୍‌ ନୁହଁ।ଏମିତିରେ କୁହାଯାଇଥାଏ କି ମହାଦେବଙ୍କ ପୂଜାଅର୍ଚ୍ଚନା କୌଣସି ଫଳ ଦେଇ କରାଯାଇପାରିବ। ମାତ୍ର ବେଲ ଫଳ ଦେଇ ପୂଜା କଲେ ଅଧିକ ଶୁଭଫଳ ମିଳିଥାଏ ବୋଲି କୁହାଯାଇଥାଏ।ଅନେକ ସ୍ଥାନରେ କୁହାଯାଇଥାଏ କିଛି ଶିବଲିଙ୍ଗରେ ଚଢ଼ାଯାଇଥିବା ପ୍ରସାଦକୁ ଖାଇଲେ ଜୀବନରେ ଦୁର୍ଭାଗ୍ୟ ଆସିଥାଏ। ତେଣୁ ପ୍ରସାଦ ଖାଅ କିନ୍ତୁ ଶିବଲିଙ୍ଗ ଉପରେ ଲାଗିହୋଇଥିବା ପ୍ରସାଦ ଖାଆନ୍ତୁ ନାହିଁ।ଏହିଦିନ ଚାଉଳ କିମ୍ବା ଗହମରୁ ତିଆରି କିଛି ବି ଖାଦ୍ୟ ଖାଇବା ଉଚିତ ନୁହଁ। କିନ୍ତୁ ଫଳ, ଚା, କଫି ଖାଇ ପାରିବେ। ଏମିତି ବିଶ୍ୱାସ ରହିଛି।ମହାଦେବଙ୍କ ଉପରେ ତୁଳସୀ ଚଢାନ୍ତୁ ନାହିଁ। ଏପରିକି ପ୍ୟାକେଟ କ୍ଷୀର ବି ଚଢ଼ାଇବା ଠିକ୍‌ ନୁହଁ। ମହାଦେବଙ୍କ ଉପରେ ଥଣ୍ଡା କ୍ଷୀର ଚଢ଼ାଇବା ଭଲ ବୋଲି କୁହାଯାଇଥାଏ।ମହାଶିବରାତ୍ରୀ ଦିନ ରାତି ଉଜାଗର ରହି ମହାଦେବଙ୍କ ସାମ୍ନାରେ ଦୀପ ଜାଳିଲେ ଅନେକ ପୂଣ୍ୟ ମିଳିଥାଏ ବୋଲି କୁହାଯାଇଥାଏ।ଏସବୁ ବିଧିବିଧାନ ମାନିବାଠୁ ଭକ୍ତି ରହିବା ଅଧିକ ଆବଶ୍ୟକ କାରଣ ଭକ୍ତି ସହ ମହାଦେବଙ୍କୁ ପୂଜା କଲେ ଭଗବାନ ଅଧିକ ଖୁସି ହୋଇଥାନ୍ତି।

  • ଭୋଳାନାଥ ଙ୍କ କୃପା ଦ୍ରୁଷ୍ଟି ପାଇଁ ଆପଣ ମହାଶିବରାତ୍ରି ଦିନ ଗଙ୍ଗାଜଳ ମିଶ୍ରିତ କିଛି ଦୁଗ୍ଧ ରେ ଶିବଲିଙ୍ଗ ଙ୍କର ଅଭିଷେକ କରନ୍ତୁ । ଏହା ସହିତ ରାତ୍ରି ସମୟରେ ଶିବ ପୁରାଣର ପାଠ କରନ୍ତୁ । ଏହା ଦ୍ଵାରା ଭଗବାନ ଶିବ ବହୁତ ପ୍ରସନ୍ନ ହେବେ ।
  • ବ୍ୟବସାୟରେ ଲାଭ ପାଇଁ ମହାଶିବରାତ୍ରି ଦିନରେ ଆପଣ ଦହିରେ ଶିବ ଙ୍କର ଅଭିଷେକ କରନ୍ତୁ, ଏହା ସହିତ ଶିବଙ୍କ ପାଖରେ ଶୁଦ୍ଧ ଘୀଅରେ ଦୀପ ପ୍ରସ୍ତୁତ କରି ଜାଳନ୍ତୁ ଏବଂ ଭୋଳାନାଥଙ୍କୁ ତାଙ୍କ ମନପସନ୍ଦ ଜିନିଷ ମଧ୍ୟ ଅର୍ପଣ କରନ୍ତୁ ।
  • ଯଦି ଆପଣ ଆର୍ଥିକ ପରିସ୍ଥିତିରେ ଗତି କରୁଛନ୍ତି ତେବେ, ମହୁ ଏବଂ ଘୀଅ ରେ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ । ଏହା ବ୍ଯତୀତ ଭୋଳାନାଥ ଙ୍କୁ ପ୍ରସାଦ ସ୍ଵୋରୂପ ଆଖୁ ଅର୍ପିତ କରନ୍ତୁ ।
  • ଯଦି ଆପଣ କୌଣସି ଯାନବାହାନ କିଣିବାକୁ ଚାହୁଞ୍ଚନ୍ତି, ମାତ୍ର ସେଥିରେ କାମିୟାବ ମିଳୁନାହିଁ, ଆପଣ ଶିବରାତ୍ରି ଦିନ ପଞ୍ଚାମୃତ ରେ ଭୋଳାନାଥଙ୍କ ଅଭିଷେକ କରନ୍ତୁ । କୌଣସି ରୋଗରୁ ନିଯାତ ପାଇବାକୁ ହେଲେ ଜଳରେ ଅଗଗୁର ମିଶାଇ ଶିବଙ୍କୁ ଅର୍ପିତ କରନ୍ତୁ । ଏହାପରେ ମହାମୃତ୍ୟୁଞ୍ଜୟ ମନ୍ତ୍ରଟିର ଜାପ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣ ରୋଗରୁ ଉଦ୍ଧାର ପାଇ ପାରିବେ । ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ସଠିକ ହୋଇଯିବ ।
  • ଜଲ୍ଦି ବିବାହ ହେତୁ “ଓମ ପାର୍ବତୀପତୟେ ନମଃ” ଏହି ମନ୍ତ୍ରଟିର ଜାପ କରନ୍ତୁ । ଏକା ସହିତ ଭଗବାନ ଭୋଳାନାଥ ଏବଂ ମାତା ପାର୍ବତୀଙ୍କର ପୂଜା କରନ୍ତୁ । ଆପଣଙ୍କ ପାଖେ ସମ୍ଭବ ହୁଏ ତ ମାଙ୍କୁ ଲାଲୀ ରଙ୍ଗର ବସ୍ତୁ ଅର୍ପିତ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ବିବାହରେ ହେଉଥିବା ସମସ୍ଯା ମଧ୍ୟ ଦୂର ହୋଇ ଯାଇଥାଏ ।
  • ସନ୍ତାନପ୍ରାପ୍ତି ପାଇଁ ମହାଶିବରାତ୍ରୀ ଦିନରେ ଶିବଲୀଙ୍ଗ ଉପରେ ଦୁଗ୍ଧ ଅର୍ପିତ କରନ୍ତୁ । ଏହା ସହିତ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା କରିବା ସହିତ ଶ୍ରୀ ଗଣେଶ ଏବଂ କାର୍ତିକେୟ ଙ୍କ ପୂଜାର୍ଚ୍ଚନା ମଧ୍ୟ କରନ୍ତୁ । ବନ୍ଧୁଗଣ ଏହାଥିଲା ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ମନଲାଖି ଉପହାର ପାଇବାର ଉପାୟ ଗୁଡିକ । ଆପଣ ଏହାର ପାଳନ କଲେ ମଙ୍ଗଳ ହେବ ।

ଏହି ଦିନର ରହିଛି ଅନେକ ପୌରାଣିକ ମହତ୍ତ୍ୱ। ହିନ୍ଦୁ ପରମ୍ପରାରେ ଏହାକୁ ଅନେକ ଗୁରୁତ୍ୱ ଦିଆଯାଇଥାଏ। ସବୁ ଦେବଦେବୀଙ୍କର ରହିଛି ଭିନ୍ନ ଭିନ୍ନ ପ୍ରକାରର ପୂଜାବିଧି। ଯେମିତିକି, ଭଗବାନ ଗଣେଶଙ୍କୁ ମୋଦକ ପ୍ରସାଦ ଦିଆଯାଇଥାଏ ଓ ହନୁମାନଙ୍କୁ ବୁନ୍ଦି, ସେହିପରି ଭଗବାନ ଶଙ୍କରଙ୍କୁ ତାଙ୍କ ପ୍ରିୟ ଭାଙ୍ଗ, ଦୁଦୁରା ,ଚମ୍ପା, କେତକୀ ସହ ବେଲପତ୍ର ଚଢ଼ାଯାଇଥାଏ। ବିଶ୍ୱାସ ରହିଛି ଯେ, ଆଜି ଭଳି ଦିନରେ ଯଦି ଭୋଳାନାଥ ପ୍ରସନ୍ନ ହୁଅନ୍ତି, ତା’ହେଲେ ସେ ନିଜ ଭକ୍ତର ସବୁ ଇଚ୍ଛା ପୂରଣ କରନ୍ତି। ମାତ୍ର ପୂଜା ଯଦି ଠିକ୍‌ ରୂପେ ସମ୍ପନ୍ନ ନ ହୁଏ, ତେବେ ଭଗବାନଙ୍କ କୃପା ଲାଭ ହୋଇ ନ ଥାଏ।ମହାଶିବରାତ୍ରୀରେ ସମସ୍ତେ ପ୍ରାୟ ଓପାସ ରହିଥାନ୍ତି। ନିଜ ବ୍ରତ ଦ୍ୱାରା ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହିଁଥାନ୍ତି। ଏଥିପାଇଁ ବି ଅନେକ ବିଧିବିଧାନ ରହିଛି। ବିଶ୍ୱାସ ରହିଛି ଯେ, ବ୍ରତଧାରୀମାନେ ଶିବରାତ୍ରୀରେ ଚାଉଳ, ଡାଲି, ଗହମରୁ ତିଆରି ଖାଦ୍ୟ ଖାଇବା ଅନୁଚିତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଫଳ , ଚା’, କଫି ଓ କ୍ଷୀର ଆଦିକୁ ମଧ୍ୟ ସେବନ କରିବା ଅନୁଚିତ।

ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ମହାଦୀପ ଉଠିବା ସମୟରେ ରାଶି ଅନୁସାରେ ପାଠ ଏହି ସ୍ୱତନ୍ତ୍ର ମନ୍ତ୍ର-

  • ମେଷ: ଓଁ ଗଙ୍ଗାଧରାୟ ନମଃ ମନ୍ତ୍ର ଜପ କରିବେ।
  • ବୃଷ: ଓଁ ସୋମନାଥାୟ ନମଃ ମନ୍ତ୍ର ଜପ କରିବେ।
  • ମିଥୁନ: ଓଁ ନାଗେଶ୍ବରାୟ ନମଃ ମନ୍ତ୍ର ଜପ କରିବେ।
  • କର୍କଟ: ଓଁ ରାମେଶ୍ବରାୟ ନମଃ ମନ୍ତ୍ର ଜପ କରିବେ।
  • ସିଂହ: ଓଁ ନନ୍ଦେଶ୍ୱରାୟ ନମଃ ମନ୍ତ୍ର ଜପ କରିବେ।
  • କନ୍ୟା: ଓଁ ଓଁକାରୟେ ନମଃ ମନ୍ତ୍ର ଜପ କରିବେ।
  • ତୁଳା: ଓଁ ହର ହର ମହାଦେବାୟ ନମଃ ମନ୍ତ୍ର ଜପ କରିବେ।
  • ବିଛା: ଓଁ ନମୋ ଭଗବତେ ରୁଦ୍ରାୟ ମନ୍ତ୍ର ଜପ କରିବେ।
  • ଧନୁ: ଓଁ ପାର୍ବତୀପତିୟେ ନମଃ ମନ୍ତ୍ର ଜପ କରିବେ।
  • ମକର: ଓଁ ଓଁକାରୟେ ନମଃ ମନ୍ତ୍ର ଜପ କରିବେ।କୁମ୍ଭ: ଓଁ ନମଃ ଶିବାୟ ମନ୍ତ୍ର ଜପ କରିବେ।
  • ମୀନ: ଓଁ କୈଳାସପତିୟେ ନମଃ ମନ୍ତ୍ର ଜପ କରିବେ।