କଟକ: ମାହାଙ୍ଗାର ଡବଲ ମର୍ଡର ମାମଲାକୁ ନେଇ ତେଜୁଛି ରାଜନୀତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି ଦଳ। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ। ସୂଚନା ଅନୁସାରେ, ଏକ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଛନ୍ତି।
ମାତା ମଠରୁ ବାହାରି ଏହି ଶୋଭାଯାତ୍ରା ଡିଜିପି ଅଫିସ ଅଭିମୁଖେ ଯାଇଥିଲା। ତେବେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ବିଜେପି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ବି ମନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଦଳ ପ୍ରଶ୍ନ କରିଛି। ମାହାଙ୍ଗା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ମୋଟ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିପାରି ନାହିଁ ।