ପୁରୀ: ପୁରୀ ଶ୍ରୀମନ୍ଦିରରେ ଦୁଇ ଦୁଇଥର ଅଘଟଣ | ପ୍ରଥମେ ରକ୍ତ ଛିଟା ଆଉ ପରେ ଜଗମୋହନରେ ବାନ୍ତି କରି ଦେଇଛନ୍ତି ଜଣେ ଭକ୍ତ । ଆଜି ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା । ରକ୍ତ ଛିଟା ପଡିଥିବାରୁ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ସମ୍ପନ୍ନ ହୋଇଥାଏ । ସେଥିଲାଗି ଆଜି ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଥିଲା |
ତେବେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏବ ପୁଣି ଥରେ ମହାପ୍ରଭୁଙ୍କର ମହାସ୍ନାନ କରାଯିବ । ଜଗମୋହନରେ ଜଣେ ଭକ୍ତ ବାନ୍ତି କରିବାକୁ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ତେବେ ଦେଖିବାକୁ ଗଲେ ଗୋଟିଏ ଦିନରେ ୨ ଥର ମହାସ୍ନାନ ହୋଇଛି ।