ଭୁବନେଶ୍ୱର: ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କର ଜାଗର ଯାତ୍ରା । କରୋନା ଭିତରେ ସୁରୁଖୁରୁରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରାଯିବ । ପୂର୍ବରୁ ଯାହା ନୀତି ନିର୍ଘଣ୍ଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ମନ୍ଦିର ଭିତରେ କୋଭିଡ଼ ନିୟମ ମାନି ଦୀପ ଜାଳିବେ ଶ୍ରଦ୍ଧାଳୁ , ଧାଡ଼ି ଦର୍ଶନ ମଧ୍ୟ ହେବ । ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତ ବର୍ଷ ହେବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସେହିଭଳି ଆଜି ଲିଙ୍ଗରାଜ ଶୈବପୀଠରେ ଭକ୍ତଙ୍କୁ ଦୀପ ଜାଳିବା ପାଇଁ ଅନୁମତି ମିଳିଛି । କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି । ପୂର୍ବରୁ କେବଳ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ ବୋଲି କହିଥିଲା ବିଏମସି | ଦୀର୍ଘ ବର୍ଷ ହେଲା ନିୟମ ଭଙ୍ଗା ଯାଉଥିବା ବେଳେ ଏବର୍ଷ ହେବ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ତେବେ ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ହେଲା କୋଭିଡ କଟକଣା ଭିତରେ ଭକ୍ତମାନେ ନିୟମ ମାନି ଦୀପ ଜାଳିବା । ତେଣୁ ସୁରକ୍ଷା ଦୃଷ୍ଟିରୁ ଏଥିପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହେବେ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୦ ବରିଷ୍ଠ ପୋଲିସ ଅଧିକାରୀ, ୫ଜଣ ଅତିରିକ୍ତ ଡିସିପି , ୧୩ଜଣ ଏସିପି, ୧୭ଜଣ ଇନସ୍ପେକ୍ଟର ଓ ୮୬ ଜଣ ସବଇନସ୍ପେକ୍ଟର । ଭକ୍ତମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସେମାନଙ୍କ ସହଯୋଗ କାମନା କରିଛି ପୋଲିସ ।