କୋରାପୁଟ: ବଦଳିଛନ୍ତି କୋରାପୁଟର ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ତାଙ୍କୁ ମିଳିଛି ନୂଆ ନିଯୁକ୍ତି । ସେହିପରି ମଧୁସୂଦନ ମିଶ୍ରଙ୍କ ସ୍ଥାନରେ କୋରାପୁଟର ନୂଆ ଜିଲ୍ଲାପାଳ ହୋଇଛନ୍ତି କଟକ ଡିଆରଡିଏରେ ପିଡି ଥିବା ମହମ୍ମଦ ଅବଦାଲ ଅଖତାର ।


ତେବେ ହଠାତ୍ କୋରାପୁଟ ଜିଲ୍ଲାପାଳଙ୍କ ବଦଳି କାହିଁକି କରାଗଲା, ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ରାଜ୍ୟ ସରକାର । ତେବେ କୋଟିଆରେ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପାଇଁ ଆନ୍ଧ୍ରର ବିଜ୍ଞପ୍ତି ଓ ନାମାଙ୍କନ ଦାଖଲର ବିବାଦୀୟ ଖବର ମଧ୍ୟରେ ହଠାତ୍ ଜିଲ୍ଲାପାଳଙ୍କ ବଦଳି ସାଧାରଣରେ ଏକ ପ୍ରକାରର ଚର୍ଚ୍ଚାର ବିଷୟ ପାଲଟିଛି ।