Odia News Portal

କର୍ଫ୍ୟୁ ମଧ୍ୟରେ ବାପ ଘରକୁ ଆସିଲେ ବୁଢ଼ୀ ସାଆନ୍ତାଣୀ

ମା’ ବୁଢ଼ୀ ଠାକୁରାଣୀ ପୀଠରେ ୧୪୪ ଧାରା ଲାଗୁ

ବ୍ରହ୍ମପୁର : ଭକ୍ତ ମାନଙ୍କ ବହୁ ଅପେକ୍ଷାର ଅନ୍ତ ଘଟାଇ ମା ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଆସିଲେ ବାପ ଘର । ଦୁଇ ବର୍ଷ ମଧ୍ୟରେ ବାପ ଘର ବୁଲି ଆସୁଥିବା ମାଁ ଠାକୁରାଣୀ ଶନିବାର ମଧ୍ୟରାତ୍ରରେ ଶାଶୁ ଘରୁ ବାପା ଘର ଆସିଛନ୍ତି । ପୂର୍ବରୁ ଯାତ୍ରା ପରିଚାଳକ ଓ ପ୍ରଶାସନ ମଧ୍ୟରେ ବହୁ ବାଦ ବିବାଦ ପରେ ମାତ୍ର ୭ଦିନ ପାଇଁ ଅନୁମତି ମିଳିଥିବା ପରେ ଯାତ୍ରା ପରିଚାଳକ ଶ୍ରୀ ଦୁର୍ଗା ପ୍ରସାଦ ଦେଶି ବେହେରା ଯାତ୍ରା କାର୍ଯ୍ୟ ଆରମ୍ଭ କରିଥିଲେ ।

ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁକ୍ରବାର ଦିନ ଦେଶି ବେହେରାଙ୍କ ପକ୍ଷରୁ ଝିଅକୁ ନିମନ୍ତ୍ରଣ ପାଇଁ ଭାର ପଠାଯାଇଥିଲା । ଏବଂ ସନ୍ଧ୍ୟାରେ ସ୍ଥାନୀୟ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସମେତ ମାଁଙ୍କ କୁଣ୍ଢି ପୂଜା କରାଯାଇ ଆଜ୍ଞା ମାଳ ସହ ଘରକୁ ଆଣିବା ପାଇଁ ଯାଇଥିଲେ । ମାଁ ଙ୍କ ଶାଶୁ ଘରେ ଝିଅଙ୍କୁ ପୂଜାର୍ଚ୍ଚନା କରି ଝିଅଙ୍କ ଆଜ୍ଞା ମାଳା ସହ ପୀଠ ମନ୍ଦିରରୁ ବାହାରି ପୁଣି ମାଉସୀ ମାଁ ଜଉରା ସାହି ହୋଇ ଅସ୍ଥାୟୀ ମନ୍ଦିରରେ ବିଜେ କରିଥିଲେ । ଏହି ସମୟରେ ସ୍ଥାନୀୟ ବରିଷ୍ଠ ବ୍ୟକ୍ତି ମାନଙ୍କ ସମେତ ବହୁ ବିଶିଷ୍ଟ ନେତା ମାନେ ମଧ୍ୟ ମାଁ ଙ୍କ ବାପା ତଥା ଯାତ୍ରା ପରିଚାଳକ ଶ୍ରୀ ଦୁର୍ଗା ପ୍ରସାଦ ଦେଶି ବେହେରାଙ୍କ ସହ ମନ୍ଦିରକୁ ଯାଇ ମାଙ୍କୁ ପାଛୋଟି ଆଣିଥିଲେ ।


ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ପୋଲିସର ବହୁତ ବଡ଼ ସହଯୋଗ ରହିଥିବା ବେଳେ, ବ୍ରହ୍ମପୁର ପୋଲିସର ସହଯୋଗ ଅତୁଳନୀୟ ରହିଥିଲା । କାରଣ ଏହିଭଳି ପରିସ୍ଥିତିରେ ଭକ୍ତଙ୍କ ସମ୍ଭାଳିବା ବଡ କଷ୍ଟକର ହୋଇଥାନ୍ତା । କିନ୍ତୁ ପ୍ରଶାସନର କଟକଣା ଜାରି ହୋଇଥିବା ସତ୍ୱେ ମଧ୍ୟ ବର୍ଷ ବର୍ଷ ଧରି ଚାଲୁ ରହିଥିବା ପରମ୍ପରାକୁ ଭାଙ୍ଗି ନଦେଇ ମାଁ ଙ୍କ ଯାତ୍ରାକୁ ଅନୁମତି ଦେଇଛନ୍ତି। ଏବଂ ଏହା ସଫଳ ହୋଇଛ । ଯାହା ସହର ବାସୀଙ୍କ ପାଇଁ ଓ ଭକ୍ତଙ୍କ ମନରେ ଏକ ଶାନ୍ତିର ବାତାବରଣ ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ଭକ୍ତଙ୍କ ଏହି ଭିଡ ଓ ଗହଳି ନଜରରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ତେଣୁ ବହୁ ମାତ୍ରାରେ ଗହଳି ରହି ନଥିଲା । ତେଣୁ ମାଁ ଙ୍କ ଯାତ୍ରା ଅତି ସୁରୁ ଖୁରୁ ଭାବେ ପରିଚାଳିତ ହୋଇଥିଲା ।


ମାଙ୍କ ଆଗମନରେ ଅତ୍ୟନ୍ତ ଖୁସି ହୋଇ ଭକ୍ତ ମନେ ମାଙ୍କ ଅସ୍ଥାୟୀ ମନ୍ଦିରକୁ ଅତି ସୁନ୍ଦର ଭାବରେ ସାଜସଜ୍ଜା କରିଥିଲେ । ଯାହା ଦ୍ଵିତୀୟ ସ୍ବର୍ଗ ଭଳି ଦେଖା ଯାଉଥିଲା । ଏହା ସହ ମାଁ ଙ୍କ ବିଜେ ପରେ ବନ୍ଦାପନା ପୂଜାର୍ଚ୍ଚନା ହୋଇଥିଲା ଏବଂ ମାଁ ଅସ୍ଥାୟୀ ମନ୍ଦିରରେ ବିଜେ କରିଥିଲେ। ଏବଂ ଅସ୍ଥାୟୀ ମନ୍ଦିରରେ ସ୍ଥାପନ ପରେ ମାଙ୍କ ରବିବାର ଦିନ ଘଟ ମଧ୍ୟରେ ବିରାଜମାନ ହୋଇଥିଲା । ଯାହା ସେହି ଆଜ୍ଞା ମାଁ ଠାକୁରାଣୀ ନବ ଠାକୁରାଣୀ ରୂପରେ ନବ ଘାଟରେ ସ୍ଥାପନ ହୋଇଥାନ୍ତି ଏବଂ ପରେ ପ୍ରଥମ ଦିନରେ ଘଟ ପରିକ୍ରମା ସହ ରାଜା ଘର ବା ରାଜବାଟକୁ ଯାଇ ମହୁରୀ ରାଜାଙ୍କୁ ଦର୍ଶନ ଦେଇଥାନ୍ତି ଏବଂ ପରେ ପୁଣି ନିଜ ଅସ୍ଥାୟୀ ମନ୍ଦିରରେ ପ୍ରସ୍ଥାନ କରିଥାନ୍ତି । ଏବଂ ପୁଣି ନିଜ ପସନ୍ଦର ରଥ ଓ କଳକୁଞ୍ଜ ଗୁଡ଼ିକୁ ଉନ୍ମୋଚିତ କରିଥାନ୍ତି । କିନ୍ତୁ ଏହି ସମୟରେ ତାହା ସମ୍ଭବପର ନୁହେଁ ବୋଲି ଦେଶି ବେହେରା କହିଛନ୍ତି। ଏବଂ ଯଦି ପରିସ୍ଥିତି ଅନୁସାରେ କିପରି ଯାତ୍ରା ପରିଚାଳିତ ହୋଇପାରିବ ତାହା ମାଁ ଙ୍କ ଉପରେ ରହିଛି ବୋଲି କହିଛନ୍ତି।