Odia News Portal

ଏଠି ଶୋଷ ମେଣ୍ଟାଉ ଥିବା ପାଣି ପାଇଁ ଲଟେରୀ

ଗଞ୍ଜାମ: ଗ୍ରୀଷ୍ମ ଋତୁ ପୂର୍ବରୁ ଦେଖାଦେଲାଣି ପାଣି ସଙ୍କଟ। ପାଣି ନେବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକ । ତେବେ ଗଞ୍ଜାମରେ ପାଣି ସମସ୍ୟାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠି ପାଣି ପାଇଁ ପଡୁଛି ଲଟେରୀ। ଆଉ ଯାହାର ନମ୍ୱର ଆଗେ ଆସିବ, ସିଏ ପ୍ରଥମେ ନେବ ପାଣି।

ସୂଚନା ଅନୁଯାୟୀ,ତେବେ ଏପରି କରୁଣ ଚିତ୍ର ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍‌ଏସିରେ ଦେଖିବାକୁ ମିଳିଛି। ଏଠାରେ ପ୍ରତିଦିନ ଥରୁଟିଏ ୧୦ରୁ ୧୫ ମିନିଟ୍‌ ପାଣି ଆସୁଥିବାରୁ ସାହି ଲୋକେ ଏପରି ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ସମସ୍ତେ ପାଣି ପାଉନଥିବା ଅଭିଯୋଗ ହେଉଛି।ଛତ୍ରପୁର ଷ୍ଟେସନ୍‌ ରୋଡ୍‌ ସାହିରେ ୨୫ରୁ ୩୦ ପରିବାର ବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଗରିବ ଶ୍ରେଣୀର। ମହାମାରୀ କରୋନା ପରେ ଜୀବନ ଜୀବିକାକୁ ନେଇ ଚିନ୍ତିତ ଥିବା ଏହି ପରିବାର ଏବେ ପାଣି ସମସ୍ୟାରେ ଘାଣ୍ଟି ହେଉଛନ୍ତି। ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

Lottery for drinking water

ଏହି ଅଞ୍ଚଳରେ ୭ ବର୍ଷ ହେବ ପାଣି ସମସ୍ୟା ରହିଛି ।ତେବେ ପାଣି ଆସିବାର ଅଧଘଂଟା ପୂର୍ବରୁ ଲଟେରି ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଆଉ ଲଟେରି ହିସାବରେ ସମସ୍ତେ ପାଣି ନେଇଥାନ୍ତି । ତାହା ବି ପୁଣି ଗୋଟିଏ ହାଣ୍ଡି । ମାତ୍ର ୩ରୁ ୪ ଜଣ ପାଣି ନେବା ପରେ ପାଣି ବନ୍ଦ ହୋଇଯାଏ । ଅନ୍ୟମାନଙ୍କୁ ପାଇପ ପାଣି ପାଇଁ ପୁରା ଗୋଟିଏ ଦିନ ଅପେକ୍ଷା କରିବାକୁ ପଡେ । ପିଲାଠାରୁ ଛୁଆ ଯାଏ ପାଣି ପାଇଁ ସମସ୍ତେ ନାକେଦମ୍ ହୁଅନ୍ତି । ଦିବ୍ୟାଙ୍ଗ ବ୍ୟକ୍ତି ବି ପାଣି ପାଇଁ ଲଟେରି ବ୍ୟବସ୍ଥାରେ ସାମିଲ ହୁଅନ୍ତି ।