Odia News Portal

ଅନାସ୍ଥା ପ୍ରସ୍ତାବ ଉପରେ ଦୁଇଦିନିଆ ଆଲୋଚନା ଆରମ୍ଭ

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରିଛନ୍ତି । ମଣିପୁର ହିଂସା ଓ ମହିଳା ବିବସ୍ତ୍ର ମାମଲାରୁ ଗୃହରେ ଆଲୋଚନା ଜାରି ରହିଛି । ଚର୍ଚ୍ଚା ପ୍ରାରମ୍ଭରୁ କେନ୍ଦ୍ର ସରକାରଙ୍କୁ ଘେରିଛି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ । ଗୋଟିଏ ପରେ ଗୋଟିଏ ଅଭିଯୋଗ ଉପସ୍ଥାପନା କରିବା ସହିତ ମଣିପୁରରେ ଡବଲ ଇଞ୍ଜିନ ସରକାରର ବିଫଳତା ବଖାଣିଛନ୍ତି । ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପାଇଁ ବିଜେପିକୁ ୬ଘଣ୍ଟା ୪୧ ମିନିଟ୍ ଏବଂ କଂଗ୍ରେସକୁ ମିଳିବ ୧ଘଣ୍ଟା ୧୫ ମିନିଟ୍ ମିଳିଛି । ସମୁଦାୟ ଚର୍ଚ୍ଚା ପ୍ରାୟ ୧୨ ଘଣ୍ଟା ଚାଲିବ । ଆଜି ଏବଂ ଆସନ୍ତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ।

ଚର୍ଚ୍ଚା ଆରମ୍ଭରୁ ଲୋକସଭାରେ ହଙ୍ଗମା ହୋଇଛି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ ସରକାରଙ୍କୁ ଘେରିଛନ୍ତି । ଗୌରବ ଗୋଗୋଇ କହିଛନ୍ତି, ମଣିପୁରରେ ଚାଲିଛି ଅନ୍ତହିନ ହିଂସା । ମଣିପୁର ଜଳିବା ସହିତ ସାରା ଦେଶ ମଧ୍ୟ ଜଳୁଛି । ଭାଇରାଲ୍ ଭିଡିଓକୁ ନେଇ ଦେଖି ପୂରା ଦେଶ ସ୍ତବ୍ଧ ହୋଇଯାଇଛି । ମଣିପୁରରେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ହଟାଯାଉନାହିଁ ? ମଣିପୁର ପ୍ରସଂଗରେ କେବେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବ । ମଣିପୁର ହିଂସା ମାମଲାରେ ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିବାକୁ କହିଛନ୍ତି କଂଗ୍ରେସ ସାଂସଦ ।