ଭୁବନେଶ୍ୱର: ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଆବଶ୍ୟକ ପଡିଲେ କଟକଣା ଲାଗୁ ହେବ । ରାଜ୍ୟ ସରକାର ଏବେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ଆବଶ୍ୟକ ପଡିଲେ ମେଡିକାଲ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଯଦି ଲୋକମାନେ ନିୟମ ନମାନିବେ ତେବେ ଲକଡାଉନ୍ ଫେରିବ ।କୋଭିଡ୍ ନିୟମ ନମାନିବାର ଅର୍ଥ ହେଉଛି ଲକଡାଉନକୁ ଆମନ୍ତ୍ରଣ କରିବା । ରାଜ୍ୟବାସୀଙ୍କୁ କୋଭିଡ୍ ନିୟମ ନମାନିବାର ପରିଣାମକୁ କିଛି ଏଭଳି ଢଙ୍ଗରେ ସୂଚାଇ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଦେଶର କିଛି ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଥିବା ସମୟରେ କିଛି ରାଜ୍ୟରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି ସ୍ଥିତି ମଧ୍ୟ ଉପୁଜିଲାଣି । ଏଭଳି ସ୍ଥିତିରେ ଓଡିଶାରେ ଲୋକମାନେ କୋଭିଡ୍ ନିୟମ ନମାନିଲେ ଓଡିଶାରେ ମଧ୍ୟ ଲକଡାଉନ୍ ଭଳି ସ୍ଥିତି ଉପୁଜିପାରେ ବୋଲି କୁହାଯାଇଛି ।