Odia News Portal

ନାଗପୁରରେ ସପ୍ତାହେ ଲକଡାଉନ୍

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ସମ୍ପୁର୍ଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ମାର୍ଚ୍ଚ ୧୫ରୁ ୨୧ ଯାଏ ପୂରା ନାଗପୁରରେ ଲକଡାଉନକୁ କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯିବ। ଲକଡାଉନ ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନକୁ ଛାଡ଼ି ଦେଲେ ଆଉ ସବୁ କିଛି ବନ୍ଦ ରହିବ। ପରିବା ଦୋକାନ, ଫଳ ଓ କ୍ଷୀର ବୁଥ ଲକଡାଉନ ବେଳେ ଚାଲିପାରିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏହି ସମୟରେ କୌଣସି ଲୋକ ଘର ବାହାରିପାରିବେ ନାହିଁ । ପୂର୍ବରୁ କରୋନା ସଂକ୍ରମଣ ମାମଲା ବଢୁଥିବାରୁ ମାର୍ଚ୍ଚ ୧୪ ତାରିଖ ଯାଏଁ ନାଇଟ କର୍ଫ୍ୟୁ ଜାରି ହୋଇଥିଲା । ହେଲେ ଗତକାଲି ନାଗପୁରରେ ୧୭୧୦ ନୂଆ ମାମଲା ଚିହ୍ନଟ ହେବା ପରେ ସତର୍କ ହୋଇଛି ନାଗପୁର ମହାନଗର ନିଗମ ।

ଆଗକୁ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଲକଡାଉନ ଲାଗୁ କରାଯାଇପାରେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଙ୍କେତ ଦେଇଛନ୍ତି। କରୋନା ଟିକାର ପ୍ରଥମ ଡୋଜ୍‌ ନେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଆଗାମୀ ଦିନରେ ଆଉ କିଛି ସ୍ଥାନରେ ଲକଡାଉନ ଲାଗୁ ହୋଇପାରେ। ଆମେ ଏ ସର୍ମ୍ପକରେ କିଛି ଦିନ ମଧ୍ୟରେ ନିଷ୍ପତ୍ତି ନେବୁ। ଏବେ କେବଳ ନାଗପୁର କମିଶନରେଟ୍‌ ପୁଲିସ୍‌ ଅଧୀନରେ ଥିବା ସବୁ ସ୍ଥାନରେ ଲକଡାଉନ ଲାଗୁ କରାଯାଉଥିବା ସେ କହିଛନ୍ତି।