Odia News Portal

ଦିଲ୍ଲୀ ପରେ ହରିୟାଣାରେ ବଢ଼ିଲା ଲକଡାଉନ୍ ଅବଧି

ହରିୟାଣା: ମେ ୩ ତାରିଖରୁ ହରିୟାଣାରେ ଲକ ଡାଉନ୍ ଘୋଷଣା ହୋଇଥିଲା । ଏହାପରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଥିଲା । ପୁଣି ଥରେ ଏହାକୁ ବୃଦ୍ଧି କରାଯାଇଛି। ମେ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହି ଲକଡାଉନ୍ ଜାରି ରହିବ। ପାନିପଥରେ ସିଏମ ମନୋହର ଲାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଲୋକମାନେ ଆହୁରି ଶକ୍ତ କଟକଣା ଲଗାଇବାକୁ ଦାବି କରିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ ମାର୍ଚ୍ଚରୁ କରୋନାର ଦ୍ୱିତୀୟ ତରଙ୍ଗ ଆରମ୍ଭ ହୋଇଥିଲା। ପ୍ରତିଦିନ ଗୋଟିଏ ଦିନରେ ୧୬ ହଜାର ମାମଲା ଆସୁଥିଲା |ଯାହା ଗତଥରର ମାମଲା ଠାରୁ ପାଞ୍ଚ ଗୁଣା ବୃଦ୍ଧି ପାଇଛି।ସେହିଭଳି କରୋନା ମୁକାବିଲା ନିମନ୍ତେ ସେ ୨୦ ଦିନ ମଧ୍ୟରେ ପାନିପଥରେ ୨୮ କୋଟି ଟଙ୍କା ବିନିମୟରେ କୋଭିଡ ହସ୍ପିଟାଲ ନିର୍ମାଣ କରିଛନ୍ତି । ଏହାସହ ରାଜ୍ୟରେ ୧୪୦୦ ମେଡିକାଲ ବେଡ ସଂଖ୍ୟା ବୃଦ୍ଧି କରାଯିବା ସହ ୧୯ ହଜାର ଅକ୍ସିଜେନ ବେଡ ପ୍ରସ୍ତୁତ କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।