Odia News Portal

ଶ୍ରୀକ୍ଷେତ୍ରରେ ଦେଖାଗଲା ଜୀବନ୍ତ ଶଙ୍ଖ

ପୁରୀ ସହରରେ ଦେଖିବାକୁ ମିଳିଛି ଜୀବନ୍ତ ଶଙ୍ଖ। ପୌରପାଳିକା ନରେନ୍ଦ୍ରକୋଣ ବାରବାଟୀ ଅଞ୍ଚଳରେ ଦୁଇଟି ଜୀବନ୍ତ ଶଙ୍ଖ ମିଳିଛି। ଅଭିନେତା ତଥା ମାଳଖମ୍ବ ଆସୋସିଏସନ୍‌ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି ଗତକାଲି ନିଜ ଘରକୁ ଫେରୁଥିବା ବେଳେ ଅନ୍ଧାରରେ ଦୁଇଟି ଜୀବ ଚାଲୁଥିବା ଦେଖିବାକୁ ପାଇଥିଲେ ।

ଜୀବନରେ ପ୍ରଥମ ଥର ପାଇଁ ସେ ଏଭଳି ଜୀବନ୍ତ ଶଙ୍ଖ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ଜୀବନ୍ତ ଶଙ୍ଖ ସହ ସମୟ ଅତିବାହିତ ପରେ ସେ ତାକୁ ନିକଟସ୍ଥ ପୋଖରୀରେ ଛାଡ଼ି ଦେଇଛନ୍ତି।