ଭୁବନେଶ୍ୱର,୧୭ା୩(ନି.ପ୍ର.): କେନ୍ଦ୍ରରୁ ଧାନକିଣା ବାବଦରେ ପାଇବାକୁଥିବା ପ୍ରଭିଜନାଲ ଓ ଅଗ୍ରୀମ ସବ୍ସିଡି ଅର୍ଥ ଠିକ୍ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଘୋର ଅ ।ର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି । ଅଦ୍ୟାବଧି ଯୋଗାଣ ନିଗମକୁ ଧାନ ସଂଗ୍ରହ ନିମନ୍ତେ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଋଣ କରିବାକୁ ପଡ଼ିଛି । ଏହି ପରିପ୍ରେକ୍ଷୀରେ ପ୍ରଭିଜନାଲ ଏବଂ ଅଗ୍ରୀମ ସବ୍ସିଡି ବାବଦକୁ ରାଜ୍ୟ ପାଇବାକୁ ଥିବା ୫,୬୧୬ କୋଟି ଟଙ୍କା ବକେୟା ଅର୍ଥକୁ ତୁରନ୍ତ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କଷ୍ଟମ ମିଲିଂ ·ଉଳ ଯୋଗାଣ ବାବଦରେ ଓଡ଼ିଶାରେ ୩୦ ଲକ୍ଷ ମେଟ୍ରିକ୍ ଟନ୍ ବଳକା ·ଉଳର ଆକଳନ ରହିଛି ଯାହାକି ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ୍ ବିପଣନ ଋତୁରେ ରାଜ୍ୟରୁ ଉଠାଣ କରିବାର ଆବଶ୍ୟକତା ରହିଛି । ମାତ୍ର ଭାରତୀୟ ଖାଦ୍ୟ ନିଗମ ଅଦ୍ୟାବଧି ମାତ୍ର ୬.୮୦ ଲକ୍ଷ ମେଟ୍ରିକ୍ ଟନ୍ ·ଉଳ ଉଠାଣ କରିଛି । ଚଳିତ ମାସ ନିମନ୍ତେ ଏଫ୍ସିଆଇ ଓଡ଼ିଶା ରିଜିଅନ୍ର, ରାଜ୍ୟରୁ ବହୁ କମ୍ ପରିମାଣର ·ଉଳ ଉଠାଣର ବ୍ୟବସ୍ଥା ରହିଛି । ଯେଉଁ ହାରରେ ରାଜ୍ୟରୁ ·ଉଳ ଉଠାଣ ହେଉଛି, ସେଥିରେ ଧାଯର୍ୟ କରାଯାଇଥିବା ସମୟସୀମା ମଧ୍ୟରେ ଅ ।ଶା କରାଯାଉଥିବା ·ଉଳ ଉଠାଣ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି । ଠିକ୍ ସମୟରେ ·ଉଳ ଉଠାଣ ନ ହେବା ଫଳରେ ରାଜ୍ୟର ·ଉଳ ଗୋଦାମର କ୍ଷମତା ଉପରେ ଗଭୀର ପ୍ରଭାବ ପଡ଼ିବ ଏବଂ କଷ୍ଟମ ମିଲରମାନଙ୍କ ଠାରୁ ଠିକ୍ ସମୟରେ ·ଉଳ ପାଇବାରେ ବାଧା ସୃଷ୍ଟି ହେବ । ପ୍ରକାରାନ୍ତରେ ଏହା ଚଳିତ ରବି ଋତୁରେ ଏବଂ ପରବର୍ତ୍ତୀ ଖରିଫ୍ ଋତୁରେ ରାଜ୍ୟରେ ସୁରୁଖୁରରେ ଧାନ ସଂଗ୍ରହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି ।
ତେଣୁ କେନ୍ଦ୍ର ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଉପରୋକ୍ତ ସମସ୍ୟାର ଅ ।ଶୁ ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ଯେପରି ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ।